ମେଷ – ଶୁଭେତ୍ସୁକ ପରାମର୍ଶରେ ନୂଆ ନୂଆ କାମ କରିବା ସକାଶେ ମନ ବଳାଇବେ । ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ । ଶୁଭ ରଙ୍ଗ ଆକାଶୀ ନୀଳ । ଶୁଭ ଅଙ୍କ ୩ ।
ବୃଷ – ବିଭିନ୍ନ ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିବେ । ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ । ଆଜିର ପ୍ରତ୍ୟୁଷ ଯାତ୍ରାରେ ଶୁଭଫଳ ପାଇବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୧ ।
ମିଥୁନ – ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତାପ୍ରକଟ କରିପାରନ୍ତି । ସଙ୍ଗଠନ,ରାଜନୀତି, ଆନୁଷ୍ଠାନିକ କାମ, କ୍ଷେତ୍ରରେ ନେତୃତ ନେଇ ପ୍ରଶଂସିତ ହେବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ଯୋଡିବା ପାଇଁ ଚିନ୍ତା କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୫ ।
କର୍କଟ – ପମରେ ବୃହସ୍ପତି ରହିଥିବାରୁ ଠିକ୍ ନିଷ୍ପି ନେଇ କାର୍ଯ୍ୟ କରିବେ । ରାହୁଙ୍କ ପ୍ରଭାବରେ ଗୋଟିଏ ଜାଗାରେ ସ୍ଥିର ଭାବରେ ରହିପାରିବେ ନାହିଁ । କର୍ମକ୍ଷେତ୍ରରେ ଚନ୍ଦ୍ର କର୍ମ କୁଶଳତା ପ୍ରଦାନ କରିବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୭ ।
ସିଂହ – କର୍ମକ୍ଷେତ୍ରରେ ସୃଷ୍ଟି ହୋଇଥିବା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ । ଆର୍ଥିକ ଦିଗରୁ ଉପକୃତ ହେବେ କିନ୍ତୁ ପୂର୍ଣ୍ଣ ଆବଶ୍ୟକତା ଅପୂରଣୀୟ ରହିବ । ପାରସ୍ପରିକ ସହ ଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୪ ।
କନ୍ୟା – ଅତୀତ ବିବାଦକୁ କେନ୍ଦ୍ରକରି ହଠାତ୍ କୌଣସି ମିଥ୍ୟ ଗୁଜବ ମନକୁ ଚହଲାଇ ଦେବ । ଆତ୍ମୀୟମାନଙ୍କ ସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ । କୌଣସି ସମ୍ପର୍କୀୟ ବନ୍ଧୁଙ୍କୁ ଅର୍ଥ କିମ୍ବା ଅଳଙ୍କାର ଦେବା ନେବା କୁ କେନ୍ଦ୍ରକରି ସାମାନ୍ୟ ଝଗଡା ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୯ ।
ତୁଳା – ପିଲାମାନଙ୍କ ବୈବାହିକ ସମ୍ପର୍କକୁ ନେଇ ନୂତନ ବନ୍ଧୁତ୍ୱ ସକାଶେ ଆଲୋଚନା କରିପାରନ୍ତି । ପଡୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ । ଧର୍ମକାର୍ଯ୍ୟ କିମ୍ବା ଅନୁଷ୍ଠାନ ପାଇଁ ସତ୍ ସଙ୍ଗୀଙ୍କ ପ୍ରେରଣା ମିଳିପାରେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୮ ।
ବିଛା – ଦୀର୍ଘଦିନକୁ ଯାହା ମନରେ ଆଶାବାନ୍ଧି ବସିଛନ୍ତି, ଆଜି ତାହା ଅବଶ୍ୟ ପାଇବେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ଅବଶ୍ୟ ଉପକୃତ ହେବେ । ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବା ସକାଶେ ଦିନଟି ବହୁତ ଭଲ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଧନୁ – ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି । ପୂର୍ବରୁ ଅପେକ୍ଷା କରିବାକୁ କହିଥିବା ବନ୍ଧୁକୁ ନିଦ୍ଦ୍ରିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇ ପଡିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ମକର – କର୍ମକ୍ଷେତ୍ରରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ହଠାତ୍ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି । ପରିବାର ସକାଶେ ଧାର କରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ । ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୪ ।
କୁମ୍ଭ – ପରିବାରର ଆବଶ୍ୟକତା ଅନୁଭବ କରି କୌଣସି ନୂତନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି । କର୍ମ କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୬ ।
ମୀନ – କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡି ଯାଇପାରେ । ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । ଶୁଭ ରଙ୍ଗ କ୍ରିମ୍ । ଶୁଭ ଅଙ୍କ ୫ ।
from Prameya News7 https://ift.tt/32Ujpra
No comments: