ଆଜି ଋଷ ଗସ୍ତରେ ଯିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି କରିବେ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ ୩/୯: ଆଜି ଋଷ ଗସ୍ତରେ ଯିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଆୟୋଜିତ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମରେ ଯୋଗ ଦେବେ ମୋଦି । ସେଠାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ । ଏହି  ଅବସରରେ ଦୁଇଦେଶ ଦ୍ୱିପାକ୍ଷିକ ସହଯୋଗ ଉପରେ ଏକ ଯୁଗ୍ମ ଘୋଷଣାନାମା ଜାରି କରିବେ । ଏହି ସମ୍ମିଳନୀରେ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା, ମହାକାଶ ବିଜ୍ଞାନ ଓ କାରିଗରୀ,ଶିଳ୍ପ, ପୁଞ୍ଜିନିବେଶ, ବାଣିଜ୍ୟ, ଶକ୍ତି ଆଦି କ୍ଷେତ୍ରରେ ପ୍ରାୟ ୨୫ଟି ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । 

ଏହାଛଡା ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ପୁଟିନ ଏକ ସ୍ୱତନ୍ତ୍ର ଡାକଟିକଟ ଉନ୍ମୋଚନ କରିବେ । ବିଶ୍ୱ କୂଟନୀତିରେ ଅନେକ ପରିବର୍ତ୍ତନ ଆସିଥିଲେ ମଧ୍ୟ ଭାରତ-ଋଷିଆ ମଧ୍ୟରେ ବନ୍ଧୁତ୍ୱ ଅତୁଟ ରହିଛି । କଶ୍ମୀର ପ୍ରସଙ୍ଗରେ ସୁରକ୍ଷା ପରିଷଦ ବୈଠକରେ ଋଷିଆ ଭାରତକୁ ସମର୍ଥନ ଜଣାଇଥିଲା ।

ଏହା ବ୍ୟତୀତ ଋଷିଆଠାରୁ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ ଏସ-୪୦୦ ଟ୍ରିୟମ୍ପ କିଣୁଛି ଭାରତ । ୫ଟି ରେଜିମେଣ୍ଟ  ଏସ-୪୦୦ କିଣିବାକୁ ୨୦୧୮ରେ ଭାରତ ୪.୫୩ ବିଲିୟନ ଡଲାରର ଏକ ଚୁକ୍ତି କରିଥିଲା । ଆସନ୍ତା ବର୍ଷ ପ୍ରଥମ ରେଜିମେଣ୍ଟ ଏସ-୪୦୦ ଭାରତକୁ ଦେବ ଋଷିଆ ।



from Prameya News7 https://ift.tt/2Li7H3u
ଆଜି ଋଷ ଗସ୍ତରେ ଯିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି କରିବେ ଦ୍ବିପାକ୍ଷିକ ଆଲୋଚନା ଆଜି ଋଷ ଗସ୍ତରେ ଯିବେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି : ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି କରିବେ ଦ୍ବିପାକ୍ଷିକ ଆଲୋଚନା Reviewed by SUBHENDU BARAL on September 02, 2019 Rating: 5

No comments:

Powered by Blogger.