ଆଜି ବିଜେପୁରରେ ଶକ୍ତି ପ୍ରଦର୍ଶନ : ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ୩ ଦଳର ପ୍ରାର୍ଥୀ

ବରଗଡ଼ ୩୦/୯:  ଆଜି ବିଜେପୁରରେ ହେବ ଶକ୍ତି ପ୍ରଦର୍ଶନ । କାରଣ ବିଜେପୁର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ତେଣୁ ବିରାଟ ପାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୩ ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଭରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଏବଂ ବିଜେପିରୁ ସନତ ଗଡ଼ତିଆ ନିର୍ବାଚନ ଲଢୁଛନ୍ତି । ଗତ ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିଜେଡି ଟିକେଟରେ ଜିତିଥିଲେ । ହେଲେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିପୁଳ ସମର୍ଥନରେ ବିଜୟୀ ହୋଇଥିଲେ । ଆଉ ସନତ ଗଡ଼ତିଆ, ନବୀନଙ୍କ ବିରୋଧରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିବାରୁ ଏବେ ପୁଣି ଥରେ ସେଠାରେ ନିର୍ବାଚନ ହେବାକୁ ଯାଉଛି । ଦେଢ଼ ବର୍ଷ ଭିତରେ ବିଜେପୁରରେ ୩ ଥର ନିର୍ବାଚନ ହୋଇସାରିଲାଣି । ଏଥର ନିର୍ବାଚନୀ ମଇଦାନରେ କିଏ ବାଜି ମାରିବ । ତାହା ବିଜେପୁର ଭୋଟରଙ୍କ ଉପରେ ନିର୍ଭର କରୁଛି ।



from Prameya News7 https://ift.tt/2mVpiVy
ଆଜି ବିଜେପୁରରେ ଶକ୍ତି ପ୍ରଦର୍ଶନ : ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ୩ ଦଳର ପ୍ରାର୍ଥୀ ଆଜି ବିଜେପୁରରେ ଶକ୍ତି ପ୍ରଦର୍ଶନ : ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିବେ ୩ ଦଳର ପ୍ରାର୍ଥୀ Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.