ମହାନଦୀର ପୁଣି ଦେଖାଗଲା କୁମ୍ଭୀର, ସ୍ଥାନୀୟଲୋକ ଭୟଭୀତ

ସାଲେପୁର ୨୧।୯: ମହାନଦୀର ପୁଣି ଦେଖାଗଲା କୁମ୍ଭୀର । କଟକ ଜିଲ୍ଲାର ସାଲେପୁର ବ୍ଲକ୍ ମହାନଦୀର ଗୁଆଳିନାସୀ ବେଲକଣା ମଠ ନିକଟରେ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଛି । କୁମ୍ଭୀରକୁ ଦେଖି ସ୍ଥାନୀୟଲୋକ ଆତଙ୍କିତ ହୋଇପଡିଛନ୍ତି। ଏହି ଗୁଆଳିନାସୀଠାରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶହଶହ ଲୋକ ନଦୀ ପାଣିର ବ୍ୟବହାର କରିଥାନ୍ତି। କାଲିଠାରୁ କୁମ୍ଭୀରକୁ ଦେଖିବାପରେ ମହାନଦୀକୁ ଯିବାପାଇଁ ଡରୁଛନ୍ତି ସ୍ଥାନୀୟ ଲୋକମାନେ। ପ୍ରଶାସନ ଘଟଣା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।



from Prameya News7 https://ift.tt/31GqafZ
ମହାନଦୀର ପୁଣି ଦେଖାଗଲା କୁମ୍ଭୀର, ସ୍ଥାନୀୟଲୋକ ଭୟଭୀତ ମହାନଦୀର ପୁଣି ଦେଖାଗଲା କୁମ୍ଭୀର, ସ୍ଥାନୀୟଲୋକ ଭୟଭୀତ Reviewed by SUBHENDU BARAL on September 20, 2019 Rating: 5

No comments:

Powered by Blogger.