ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ : ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ବନ୍ଦ ରହିଛି ଉଚ୍ଛେଦ ପ୍ରକ୍ରିୟା

ପୁରୀ ୪୯: ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ । ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ଭାବେ ବନ୍ଦ ରଖିଛି ପୁରୀ ଜିଲ୍ଲା ପ୍ରଶାସନ । ଗତକାଲି ମହାନ୍ତମାନଙ୍କୁ ମନାଇବାକୁ ପ୍ରଶାସନ ସବୁ ପ୍ରକାର ଉଦ୍ୟମ କରିଥିଲା । ମଠାଧୀଶ ଓ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ବି ନିର୍ଯାସ ବାହାରିପାରିନଥିଲା । ଫଳରେ ବଡଆଖଡ଼ା ମଠ ଭଙ୍ଗା ସ୍ଥଗିତ ରହିଛି ।

ମଠ ନଭାଙ୍ଗିବା ଯୁକ୍ତି କରି ମହନ୍ତମାନେ ମେଳି କରିଛନ୍ତି । ଲଙ୍ଗୁଳି ମଠ, ଏମାର ମଠ ଭାଙ୍ଗିବା ପରେ ବଡ଼ଆଖଡ଼ା ମଠ ଭାଙ୍ଗିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ବିବାଦୀୟ ପରିସ୍ଥିତି ଦେଖାଦେଇଥିଲା । ମଠ ମହନ୍ତଙ୍କ ସମେତ ଅନ୍ୟ ନାଗା ସାଧୁସନ୍ଥମାନେ ଏହାର ପ୍ରତିବାଦ ଜଣାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ମଠ ଉଚ୍ଛେଦକୁ ବିରୋଧ କରି ପୁରୀ ସୁରକ୍ଷା ମଞ୍ଚ ନାଁରେ ପୁରୀ ଟାଉନ୍ ହଲ୍ ରେ ଗତକାଲି ଏକ ସଂଗଠନ ଗଠନ କରାଯାଇଛି । ଶ୍ରୀମନ୍ଦିର ପରମ୍ପରା ସହ ମଠ ସଂସ୍କୃତି ଜଡ଼ିତ ଥିବାରୁ ମଠ ଭାଙ୍ଗିବା ପୂର୍ବରୁ ଏ ଦିଗରେ ବିଚାର କରାଯିବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା ।

ଆଜି ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଭିଳି ସ୍ଥିତିକୁ ଦେଖି ଜିଲ୍ଲାପାଳ ପୁରୀରେ ଉଚ୍ଛେଦ ପ୍ରକ୍ରିୟାକୁ ସାମୟିକ ବନ୍ଦ ଘୋଷଣା କରିଛନ୍ତି । ଏହାସହ ଐତିହ୍ୟ ସୁରକ୍ଷା ଉପରେ ଜୋର ଦେବା ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି ।



from Prameya News7 https://ift.tt/2zTwFiZ
ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ : ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ବନ୍ଦ ରହିଛି ଉଚ୍ଛେଦ ପ୍ରକ୍ରିୟା ପୁରୀରେ ଉଚ୍ଛେଦ ପ୍ରକ୍ରିୟା ସାମୟିକ ବନ୍ଦ : ସାଧୁ-ସନ୍ଥ ଓ ମଠାଧୀଶଙ୍କ ମେଳି ଯୋଗୁଁ ବନ୍ଦ ରହିଛି ଉଚ୍ଛେଦ ପ୍ରକ୍ରିୟା Reviewed by SUBHENDU BARAL on September 03, 2019 Rating: 5

No comments:

Powered by Blogger.