ଆମେରିକାରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ : ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍ ସେଫ୍ କିରଣ ବର୍ମା

ନୂଆଦିଲ୍ଲୀ ୨୨/୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍  ସେଫ୍  କିରଣ ବର୍ମା। ୟୁନାଇଟେଡ୍  ନେସନସ୍  ଜେନେରାଲ୍  ଆସେମ୍ବ୍ଲିର ୭୪ତମ ଅଧିବେଶନରେ ଯୋଗ ଦେବା ନିମନ୍ତେ ଆମେରିକାର ଏକ ହୋଟେଲ୍ ରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଗି ସ୍ୱତନ୍ତ୍ର ମେନୁ ପ୍ରସ୍ତୁତି କରୁଛନ୍ତି ହଷ୍ଟନ୍ ର ଜଣେ ପାଚିକା।

ପ୍ରଧାନମନ୍ତ୍ରୀ କୌଣସି ସ୍ୱତନ୍ତ୍ର ଖାଦ୍ୟ ପାଇଁ ବରାଦ କରିନାହାନ୍ତି। କିନ୍ତୁ, ଯୁକ୍ତରାଷ୍ଟ୍ର ଆମେରିକା ରହଣି ସମୟରେ ପାଚିକା କିରଣ ବର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରଷାଯିବା ପାଇଁ ସ୍ୱତନ୍ତ୍ର ‘ନମୋ’ ଥାଳି ପ୍ରସ୍ତୁତି କରୁଛନ୍ତି। ଦୁଇ ପ୍ରକାରର ‘ନମୋ’ ଥାଳି ପ୍ରସ୍ତୁତି ହେବ- ନମୋ ଥାଳି ମିଠାଇ ଏବଂ ନମୋ ଥାଳି ସେଉରି।

ଦେଶୀ ଘିଅରେ ସବୁ ବ୍ୟଞ୍ଜନ ପ୍ରସ୍ତୁତି ହେବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଉଦ୍ଦିଷ୍ଟ ମେନୁରେ କିସମ କିସମର ଚଟଣି ବି ରହିବ। ନମୋ ଥାଳି ମିଠାଇରେ ରହିବ ଶ୍ରୀଖଣ୍ଡ, ରସମଲାଇ, ଗାଜର ହାଲୁଆ, ବାଦାମ ହାଲୁଆ। ନମୋ ଥାଳି ସେଉରିରେ ରହିବ ଖିଚିଡ଼ି, କଚୁଡ଼ି ଏବଂ ମେଥି ଥେପ୍ ଲା।



from Prameya News7 https://ift.tt/30h76YM
ଆମେରିକାରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ : ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍ ସେଫ୍ କିରଣ ବର୍ମା ଆମେରିକାରେ ମୋଦିଙ୍କ ପାଇଁ ସ୍ବତନ୍ତ୍ର ବ୍ୟଞ୍ଜନ : ସ୍ୱତନ୍ତ୍ର ‘ନମୋ ଥାଳି’ ପ୍ରସ୍ତୁତି କରିବେ ହଷ୍ଟନ୍ ସେଫ୍ କିରଣ ବର୍ମା Reviewed by SUBHENDU BARAL on September 21, 2019 Rating: 5

No comments:

Powered by Blogger.