ଓଡେସା(ଟେକ୍ସାସ): ଆମେରିକାର ଟେକ୍ସାସ୍ରେ ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଟେକ୍ସାସ୍ର ଓଡେସା ସହରରେ ଏହି ଗୁଳିକାଣ୍ଡ ଘଟିଛି।
ଆହତଙ୍କ ମଧ୍ୟରେ ୩ ଜଣ ପୁଲିସ୍ ଅଧିକାରୀ ମଧ୍ୟ ଅଛନ୍ତି। ପୁଲିସ୍ର ପାଲଟା ଗୁଳି ଚାଳନାରେ ଆତତାୟୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ତେବେ କ’ଣ ପାଇଁ ଉକ୍ତ ବ୍ୟକ୍ତି ଜଣକ ଏଭଳି ଆଖିବୁଜା ଗୁଳି ଚାଳନା କରିଥିଲା, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ।
ସୂଚନା ଅନୁସାରେ, ଆତତାୟୀ ଜଣକ ପ୍ରଥମେ ଏକ ପୋଷ୍ଟାଲ ଭ୍ୟାନ୍ ଚୋରି କରିଥିଲା। ଗାଡ଼ି ଚଳାଇ ସେ ମିଡ୍ଲାଣ୍ଡ୍ରୁ ଓଡେସା ଯାଉଥିଲା। ଏହି ସମୟରେ ଉକ୍ତ ବ୍ୟକ୍ତି ଜଣକ ସାଧାରଣ ଲୋକ, ଯାତ୍ରୀ ଏବଂ ପୁଲିସ୍ ଅଧିକାରୀଙ୍କୁ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲା।
ପ୍ରଥମେ ସନ୍ଦେହ କରାଯାଉଥିଲା ଯେ, ପୋଷ୍ଟାଲ ଭ୍ୟାନ୍ରେ ୨ ଜଣ ଥିଲେ ପରେ କେବଳ ଜଣେ ଆତତାୟୀ ହିଁ ଏହି କାଣ୍ଡ କରିଥିବା ପୁଲିସ୍ ସ୍ପଷ୍ଟ କରିଛି। ଏହା ପୂର୍ବରୁ ଗତ ମାସରେ ଟେକ୍ସାସ୍ରେ ଏଲ୍ ପାସୋରେ ମଧ୍ୟ ଏକ ଗୁଳିକାଣ୍ଡ ହୋଇଥିଲା। ଏଥିରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା।
from OTV Khabar. https://ift.tt/2ZDAfZj
No comments: