ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପଳାଶୁଣୀ ଓଭରବ୍ରିଜ୍ ଦବିବା ଘଟଣାରେ ସ୍ଥାନୀୟ ଲୋକେ ତଦନ୍ତ ଦାବି କରିଛନ୍ତି। ନିମ୍ନମାନର କାମ ହୋଇଥିବାରୁ ଏଭଳି ଅଘଟଣ ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି।
ଗତକାଲି ରାତିରେ ହାଇଟେକ୍ ଛକ ନିକଟରେ ଥିବା ଓଭର୍ ବ୍ରିଜ୍ର କିଛି ଅଂଶ ଦବିଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
ଅନ୍ୟପକ୍ଷରେ ବ୍ରିଜ୍ ଦବିଯିବା ନେଇ ଖବର ପ୍ରସାରଣ ପରେ, ଘଟଣାସ୍ଥଳରେ ଟ୍ରାଫିକ୍ ପୁଲିସ୍ ଓ ଏନଏଚ୍ଏଆଇ ଅଧିକାରୀ ପହଞ୍ଚିବା ସହ ବ୍ରିଜ୍ ଦବିଥିବା ସ୍ଥାନକୁ କର୍ଡନ କରି ବାଲି ବସ୍ତା ପକାଇଥିଲେ। ଫଳରେ ଓଭରବ୍ରିଜ୍ ଉପରେ ଗାଡି ଚଳାଚଳ ଧୀରେଧୀରେ ସ୍ୱାଭାବିକ ହୋଇଥିଲା।
ତେବେ କାହିଁକି ଏବଂ କେଉଁ ପରିସ୍ଥିତିରେ ବ୍ରିଜ୍ ଦବିଲା, ନିମ୍ନ ମାନର କାମ ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ଯାଞ୍ଚ କରାଯାଉଛି।
from OTV Khabar. https://ift.tt/2zj0XM5
ପଳାଶୁଣୀ ଓଭରବ୍ରିଜ୍ ଦବିବା ଘଟଣା; ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଲୋକେ Rajalaxmi Sahoo
Reviewed by SUBHENDU BARAL
on
August 25, 2019
Rating:
No comments: