ବଙ୍ଗୋପସାଗରରେ ଲଘୁଚାପ ! ୮ ଜିଲ୍ଲାରେ ପ୍ରବଳ ବର୍ଷିବ, ସେପ୍ଟେମ୍ବର ୨ରେ ପୁଣି ହୋଇପାରେ ଲଘୁଚାପ Kanak News

କନକ ବ୍ୟୁରୋ : ଉତ୍ତର ବଙ୍ଗୋପ ସାଗରରେ ଥିବା ଘୁର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, ପୁରୀ, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ଉପକୂଳବର୍ତୀ ଜିଲ୍ଲା ଯଥା ନୟାଗଡ଼, ଖୋର୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର କେତେକ ଅଞ୍ଚଳରେ ବିଜୁଳି ଓ ଘଡଘଡ଼ି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ତେବେ ସେପ୍ଟେମ୍ବର ୨ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଯାହାର ପ୍ରଭାବ ସିଧାସଳଖ ଉପକୂଳ ଓ ଉତ୍ତର ଓଡ଼ିଶା ଉପରେ ପଡ଼ିବ। ୨ରୁ ୪ ତାରିଖ ଯାଏ ଅର୍ଧାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨ ଓ ୩ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାକୁ ଥିବା ବେଳେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ସେହି ଜିଲ୍ଲାଗୁଡ଼ିକ ଲାଗି ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।



from Kanak News https://ift.tt/2ZpBWxZ https://ift.tt/322C5V6

ବଙ୍ଗୋପସାଗରରେ ଲଘୁଚାପ ! ୮ ଜିଲ୍ଲାରେ ପ୍ରବଳ ବର୍ଷିବ, ସେପ୍ଟେମ୍ବର ୨ରେ ପୁଣି ହୋଇପାରେ ଲଘୁଚାପ Kanak News ବଙ୍ଗୋପସାଗରରେ ଲଘୁଚାପ ! ୮ ଜିଲ୍ଲାରେ ପ୍ରବଳ ବର୍ଷିବ, ସେପ୍ଟେମ୍ବର ୨ରେ ପୁଣି ହୋଇପାରେ ଲଘୁଚାପ Kanak News Reviewed by SUBHENDU BARAL on August 29, 2019 Rating: 5

No comments:

Powered by Blogger.