ସ୍ୱାମୀଙ୍କ ସହ ପ୍ରତିଟି ମୁହୂର୍ତ୍ତରେ ଛିଡା ହୋଇଥିଲେ ଜେଟଲୀଙ୍କ ପତ୍ନୀ ସଙ୍ଗୀତା। ପଢନ୍ତୁ କେମିତି ଥିଲା ଅରୁଣ ଜେଟଲୀଙ୍କ ପ୍ରେମ କାହାଣୀ । Kanak News
କନକ ବ୍ୟୁରୋ: କୁହାଯାଏ ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ପଛରେ ଜଣେ ନାରୀର ହାତ ରହିଥାଏ । ଆଉ ରାଜନୀତିର ଗୋଟି ଚାଳନାରେ ଦକ୍ଷ ଅରୁଣ ଜେଟଲୀଙ୍କ ପ୍ରତିଟି ସଫଳତା ପଛରେ ମଧ୍ୟ ରହିଥିଲେ ତାଙ୍କ ପତ୍ନୀ ସଙ୍ଗୀତା ଜେଟଲୀ । ଏପରିକି ଅନେକ ସଭାମଂଚରେ, ନିଜ ଜୀବନ ଯାତ୍ରାରେ ପତ୍ନୀଙ୍କ ସହଯୋଗର କାହାଣୀ ବଖାଣିଥିଲେ ଅରୁଣ । ସେହିପରି ସ୍ୱାମୀଙ୍କ ସହ ପ୍ରତିଟି ସମୟରେ ଛିଡା ହୋଇଥିଲେ ଜେଟଲୀଙ୍କ ସ୍ତ୍ରୀ ସଙ୍ଗୀତା ।
ଅରୁଣ ଜେଟଲୀଙ୍କ ଶଶୁର ଘର ହେଉଛି ଜାମ୍ମୁକାଶ୍ମୀରର କାଠୁଆ ଜିଲ୍ଲାରେ । ଆଉ ତାଙ୍କ ସ୍ତ୍ରୀ ସଙ୍ଗୀତା, ବରିଷ୍ଠ କଂଗ୍ରେସ ନେତା ଗିରଧାରୀ ଲାଲ ଡୋଗରାଙ୍କ ଝିଅ ଅଟନ୍ତି । ଯିଏକି ଜାମ୍ମୁକାଶ୍ମୀରରେ ୨୬ ବର୍ଷ ଧରି ଅର୍ଥମନ୍ତ୍ରୀ ରହିଥିଲେ । ଏପରିକି ତାଙ୍କ ଲୋକପ୍ରିୟତା ପାଇଁ ଲୋକମାନେ ତାଙ୍କୁ ‘ଦ ପିପୁଲସ୍ ମ୍ୟାନ୍’ ବୋଲି ମଧ୍ୟ କୁହନ୍ତି । ତେବେ ୧୯୮୨ ମସିହା ମେ ମାସ ୨୪ ତାରିଖରେ ସଙ୍ଗୀତାଙ୍କ ସହ ଜେଟଲୀଙ୍କ ବିବାହ ହୋଇଥିଲା । ଆଉ ସବୁଠାରୁ ବଡ କଥା ହେଉଛି ଜେଟଲୀଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏପରିକି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ଜେଟଲୀଙ୍କ ବିବାହରେ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆର୍ଶୀବାଦ କରିଥିଲେ ।
ତେବେ ଯେଉଁ ଏକ ଘଟଣା ବିଷୟରେ ଆମେ ଏବେ ଆପଣଙ୍କୁ କହୁଛୁ, ତାହା ୨୦୧୪ ମସିହାର । ଅରୁଣ ଜେଟଲୀ ଯେତେବେଳେ ବଜେଟ୍ ଭାଷଣ ପଢୁଥିଲେ, ସେତେବେଳେ ତାଙ୍କୁ ଲୋକସଭା ଗ୍ୟାଲେରୀରୁ ସ୍କ୍ରିନରେ ଲାଇଭ କାର୍ଯ୍ୟକ୍ରମ ଦେଖୁଥିଲେ ସ୍ତ୍ରୀ ସଙ୍ଗୀତା । ହଠାତ ସାମାନ୍ୟ ଅସୁସ୍ଥ ହୋଇଯାଇଥିଲେ ଜେଟଲୀ, ଏବଂ ପାଖରେ ଥିବା ପାଣି ଗ୍ଲାସକୁ ଜୋରରେ ଜାବୁଡି ଧରିଥିଲେ । ସମସ୍ତଙ୍କ ପାଇଁ ଏହା ଏକ ସାଧାରଣ ଘଟଣା ଥିଲା, କିନ୍ତୁ ସଙ୍ଗୀତା ସମ୍ପୂର୍ଣ୍ଣ ଡରି ଯାଇଥିଲେ । ଜେଟଲୀଙ୍କ ଅଣ୍ଟାରେ ପ୍ରବଳ କଷ୍ଟ ହେଉଥିଲା, ଆଉ ଯାହା ତାଙ୍କ ପତ୍ନୀ ଦୂରରେ ଥାଇ ମଧ୍ୟ ଜାଣିପାରିଥିଲେ । ଏହି ଘଟଣାକୁ ନେଇ ସଙ୍ଗୀତା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଯେ, ସ୍ୱାମୀଙ୍କ ପ୍ରତିଟି କଷ୍ଟର ଆଭାସ, ତାଙ୍କୁ ପୂର୍ବରୁ ହୋଇଯାଏ ।
ଏବେ ଆମ ଗହଣରେ ଆଉ ନାହାନ୍ତି ଜେଟଲୀ । ଅସ୍ତ ହୋଇଗଲେ ଅରୁଣ । ସମସ୍ତଙ୍କୁ ପର କରି ଆରପାରିକୁ ଚାଲି ଯାଇଛନ୍ତି ଅରୁଣ ଜେଟଲୀ । ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ଦେହାନ୍ତ ଖବର ସସସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଜେଟଲୀ । ଅରୁଣ ଜେଟଲୀ, ଭାରତୀୟ ରାଜନୀତିର ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ ପାଇଁ ଆଜି ସାରା ଦେଶ ଲୁହ ଗଡାଉଛି ।
from Kanak News https://ift.tt/2ZgK4AT https://ift.tt/2NyMnIv
No comments: