ଶାନ୍ତ, ସରଳ ଓ ଅମାୟିକ ଅରୁଣ : ଜଣେ ବିଚକ୍ଷଣ ରାଜନେତା ତଥା ନାମୀ ଓକିଲ ଥିବା ସତ୍ୱେ ଖୁବ୍ ସାଧାରଣ ଜୀବନ ବିତାଉଥିଲେ ଅରୁଣ Kanak News

କନକ ବ୍ୟୁରୋ : ଅତି ଶାନ୍ତ, ସରଳ ଓ ଅମାୟକ ବ୍ୟକ୍ତି ଥିଲେ ଅରୁଣ ଜେଟଲୀ । ସବୁବେଳେ ହସହସ ଓ ସକରାତ୍ମକ ମନ ନେଇ କାମ କରୁଥିଲେ । ମୋଦି ସରକାରଙ୍କ ପ୍ରଥମ ପାଳିରେ ଦେଶବାସୀଙ୍କ ହିତସାଧନ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଆଜି ସେ ଆମ ଗହଣରେ ନାହାନ୍ତି, ତଥାପି ଦେଶବାସୀଙ୍କ ମନରେ କାଳ କାଳ ପାଇଁ ଚିରସ୍ମର ହୋଇ ରହିଯିବେ । ଅରୁଣ ଜେଟଲୀ ଯେପରି ଜଣେ ବିଚକ୍ଷଣ ରାଜନେତା ଥିଲେ ସେହିପରି ଜଣେ ନାମୀ ଓକିଲ ମଧ୍ୟ ଥିଲେ । ଏସବୁ ସତ୍ୱେ ଖୁବ୍ ସାଧାରଣ ଜୀବନ ବିତାଉଥିଲେ ଅରୁଣ ।

ପର୍ବପର୍ବାଣୀ ଠାରୁ ଆରମ୍ଭ କରି କୌଣସି ବି ଧାର୍ମିକ ଅବସରରେ ପରିବାର ସହ ଏକାଠି ଉତ୍ସବ ମନାଉଥିଲେ ଜେଟଲୀ । ଜଣେ ସାଧାରଣ ଲୋକ ଯେପରି ପରିବାରକୁ ସମୟ ଦିଏ, ଠିକ ସେହିପରି ଅରୁଣ ପରିବାରକୁ ସମୟ ଦେଉଥିଲେ । ଜଣେ ବିଜ୍ଞ ରାଜନେତା ହୋଇଥିଲେ ସୁଦ୍ଧା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ କରିବା ସହିତ ସମୟ ବାହାର କରି ପରିବାରକୁ ସମୟ ଦେଉଥିଲେ । ଜଣେ ଅତି ସାଧାରଣ ଲୋକ ପରି ସେ ତାଙ୍କର ଜନ୍ମଦିନ ପାଳନ କରୁଥିଲେ । କୌଣସି ବଡ଼ ପାର୍ଟିର ଆୟୋଜନ ନକରି ଲୋକଙ୍କ ସହ ମିଶି କେକ୍ କାଟି ଜନ୍ମଦିନ ପାଳୁଥିଲେ ।

ବ୍ୟକ୍ତିଗତ ଜୀବନ ଯେପରି ତାଙ୍କର କାର୍ଯ୍ୟସ୍ଥଳୀରେ ମଧ୍ୟ ଠିକ ସେହିପରି ସାଧାରଣ ବ୍ୟବହାର କରୁଥିଲେ ଜେଟଲୀ । ଅଫିସରେ ଜେଟଲୀ ଜଣେ ସାଧାରଣ କର୍ମଚାରୀ ଯେପରି ମନଲଗାଇ କାମ କରେ ସେହିପରି ଲାପଟପରେ କାମ କରୁଥିଲେ । ସମସ୍ତ ମଣିଷ ଅନବରତ ଚେଷ୍ଟା ଜାରି ରଖିବା ଉଚିତ ବୋଲି ତାଙ୍କର ଧାରଣା ଥିଲା , ଯଦ୍ୱାରା କେହି ବି ସଫଳ ହୋଇପାରିବ । ଅରୁଣ ଜେଟଲୀଙ୍କୁ ରାକ୍ଷୀପୂର୍ଣ୍ଣିମା ପର୍ବ ଖୁବ ପସନ୍ଦ ଥିଲା । ଏହି ଦିନରେ ସେ ନିଜ ଭଉଣୀଙ୍କ ସହ ଛୋଟ ଛୋଟ ପିଲାଙ୍କ ସହ ରାକ୍ଷୀପୂର୍ଣ୍ଣିମା ପାଳନ କରୁଥିଲେ । ଦୀପାବଳି ଅବସରରେ ଅରୁଣ ଜେଟଲୀ ଘର ପରିବାର ସହ ମିଶି ଲକ୍ଷ୍ମୀ ପୂଜା କରୁଥିଲେ । ଏତେ ସାଧାରଣ ତଥା ଜଣେ ଦକ୍ଷ ରାଜନେତାଙ୍କୁ ହରାଇ ଆଜି ପୁରା ଦେଶ କାନ୍ଦୁଛି ।



from Kanak News https://ift.tt/33U3fzc https://ift.tt/2TYSJC4
ଶାନ୍ତ, ସରଳ ଓ ଅମାୟିକ ଅରୁଣ : ଜଣେ ବିଚକ୍ଷଣ ରାଜନେତା ତଥା ନାମୀ ଓକିଲ ଥିବା ସତ୍ୱେ ଖୁବ୍ ସାଧାରଣ ଜୀବନ ବିତାଉଥିଲେ ଅରୁଣ Kanak News ଶାନ୍ତ, ସରଳ ଓ ଅମାୟିକ ଅରୁଣ : ଜଣେ ବିଚକ୍ଷଣ ରାଜନେତା ତଥା ନାମୀ ଓକିଲ ଥିବା ସତ୍ୱେ ଖୁବ୍ ସାଧାରଣ ଜୀବନ ବିତାଉଥିଲେ ଅରୁଣ Kanak News Reviewed by SUBHENDU BARAL on August 24, 2019 Rating: 5

No comments:

Powered by Blogger.