ଚତୁର୍ଥ ଦିନରେ ଏମାର ମଠ ଉଚ୍ଛେଦ ଅଭିଯାନ । ମହନ୍ତଙ୍କ ଉପରେ ସମସ୍ତଙ୍କ ନଜର, ମଠ ଛାଡିବାକୁ ଚାଲିଛି ବୁଝାସୁଝା Kanak News
କନକ ବ୍ୟୁରୋ : ଆଜି ସଂପୂର୍ଣ୍ଣ ଉଚ୍ଛେଦ ହେବ ଐତିହାସିକ ଏମାର ମଠ । ମାଟିରେ ମିଶିବ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ଥିବା ଐତିହାସିକ ମଠ । ପୁରୀରେ ଏମାର ମଠ ଉଚ୍ଛେଦ ଅଭିଯାନ ଚତୁର୍ଥ ଦିନରେ ପହଂଚିଥିବା ବେଳେ ସମସ୍ତଙ୍କ ନଜର ଅଟକି ରହିଛି ମଠ ମହନ୍ତଙ୍କ ଉପରେ । ଗୋଟିଏ ପଟେ ଏମାର ମଠର ଉଛେଦ ପ୍ରକ୍ରିୟା ଜାରି ରହିଛି ଏବଂ ମଠ ଉପରେ ବୁଲଡୋଜର ଚାଲିଥିବା ବେଳେ ଅନ୍ୟପଟେ କିନ୍ତୁ ମଠ ଛାଡୁ ନାହାଁନ୍ତି ମହନ୍ତ । ମଠର ଏକ ଗୃହ ଭିତରେ ପଶି ରହିଛନ୍ତି ମହନ୍ତ ରାଜଗୋପାଳ ରାମାନୁଜ ଦାସ୍ ।
ପ୍ରଶାସନର ନୋଟିସ, ବୁଝାସୁଝା ପରେ ବି ବାହାରକୁ ଆସୁନାହାଁନ୍ତି ମହନ୍ତ । ମଠ ମହନ୍ତଙ୍କୁ ବୁଝାସୁଝା କରି ମୁଖ୍ୟ କୋଠା ଉଚ୍ଛେଦ କରିବାକୁ ଅଂଟା ଭିଡିଛି ପୁରୀ ପ୍ରଶାସନ । କାରଣ, ଏମାର ମଠ ପରେ ପାଳି ପଡିବାକୁ ଯାଉଛି ବଡ ଆଖଡା ମଠର । ବଡ ଆଖଡା ମଠ ଭାଂଗିବାକୁ ଅଂଟା ଭିଡିିଛି ପ୍ରଶାସନ । ଆଜି ଅପରାହ୍ନ ସୁଦ୍ଧା ଦୋକାନ ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । .. ଗତକାଲି ତୃତୀୟ ଦିନର ଉଚ୍ଛେଦ ବେଳେ ପୁଣି ଏକାଧିକ ଗୁପ୍ତ କୋଠରୀ ସାମ୍ନାକୁ ଆସିଛି ।
ମଠ ପଛପାଖରେ ଥିବା କିଛି ପୁରୁଣା କୋଠାକୁ ଭଂଗା ଯାଇଥିଲ।। ଏଥିସହ ବ୍ରିଟିଶ ଅମଳର ରଘୁନନ୍ଦନ ପାଠାଗାର ଏବଂ ଦୋକାନ ଘର ମଧ୍ୟ ଭଂଗାଯାଇଛି । ତେବେ ବିପଦସଙ୍କୁଳ ଘୋଷିତ ଏହି ପୁରୁଣା କୋଠାକୁ ସପୂର୍ଣ୍ଣ ଭଂଗାଯାଇପାରିିନାହିଁ । ମଠ ମହନ୍ତ ମଠ ଛାଡିବାକୁ ନାରାଜ । ମହନ୍ତ ଅରାଜି ହେବା ସହ ଏମାର ମଠର ରହଣି ସ୍ଥାନ ଓ ଗୁପ୍ତ କୋଠରୀକୁ ନେଇ ଉତ୍ସୁକତା ଆହୁରି ବଢିବାରେ ଲାଗିଛି । ଏହାରି ଭିତରେ ଆଜି ଏମାର ମଠର ସମସ୍ତ ସମସ୍ତ ଘରକୁ ଭଂଗାବାକୁ ଲକ୍ଷ୍ୟ ରଖାଯାଇଛି ।
from Kanak News https://ift.tt/2HBaimL https://ift.tt/349sldA
No comments: