ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଖୁସି ଖବର। ଆଜି ସାଧାରଣ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି। ସରକାରୀ କର୍ମଚାରୀଙ୍କ ଅବସର ବୟସ ବଢ଼ାଇବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା ପ୍ରଫେସର କେଭି ସୁବ୍ରମନ୍ୟନ୍ ଇକନମିକ୍ ସର୍ଭେରେ ଅବସର ସୀମା ବଢ଼ାଇବାର ପ୍ରସ୍ତାବ ଦେଇଛନ୍ତି। ସେ ପ୍ରସ୍ତାବରେ କହିଛନ୍ତି, ହାରାହାରି ଆୟୁ ବୃଦ୍ଧି ପାଇଥିବାରୁ ଅବସର ବୟସ ସୀମା ବଢ଼ାଯିବା ଉଚିତ ହେବ।
ଚଳିତ ବଜେଟ୍ରେ ସର୍ବନିମ୍ନ ଆୟ ସମ୍ବନ୍ଧିତ ପଲିସିରେ ମଧ୍ୟ ସୁଧାର ଆସିବାର ଅଛି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମଧ୍ୟବିତ୍ତ ପରିବାରଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ଦେଶର ଏମ୍ଏସ୍ଏମ୍ଇ ବା ଲଘୁ ଉଦ୍ୟୋଗ କ୍ଷେତ୍ରକୁ ମଧ୍ୟ ସୁଦୃଢ଼ କରାଯିବା ସହିତ ଏହି କ୍ଷେତ୍ର ଯେପରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ, ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ ବୋଲି ଜଣାପଡ଼ିଛି।
from OTV Khabar. https://ift.tt/2FTaflA
No comments: