ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର Rajalaxmi Sahoo

ନୂଆଦିଲ୍ଲୀ: ଆଜି ଆସିବ ପୂର୍ଣ୍ଣାଙ୍ଗ ସାଧାରଣ ବଜେଟ୍। ଦୀର୍ଘ ୫୦ ବର୍ଷ ପରେ ଜଣେ ମହିଳା ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିବେ।  ନିଜ ପେଡ଼ିରେ କ’ଣ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବେ ତା’ ଉପରେ ସମସ୍ତଙ୍କ ନଜର। କାରଣ ଅର୍ଥମନ୍ତ୍ରୀଙ୍କ ଆଗରେ ରହିଛି ଅନେକ ଚ୍ୟାଲେଞ୍ଜ।

୪୫ ବର୍ଷରେ ବେକାରୀ ସର୍ବୋଚ୍ଚ ସୀମାରେ ପହଞ୍ଚିଛି। କେବଳ ଗତ ଆର୍ଥିକ ବର୍ଷର ଶେଷ ତ୍ରୈମାସରେ ୫.୮ ପ୍ରତିଶତକୁ ଅଭିବୃଦ୍ଧି ହାର ଖସି ଆସିଥିଲା। ଫଳରେ  ଦ୍ରୁତତମ ଅଭିବୃଦ୍ଧି ହାସଲ ଦେଶ ମାନ୍ୟତାରେ ଭାରତ, ଚୀନଠାରୁ ପଛରେ ପଡିଯାଇଥିଲା। ସେ ଦୃଷ୍ଟିରୁ ଉତ୍ପାଦନ ବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାଥମିକତା ହେବ।

ଖାସ୍ କରି ଗ୍ରାମାଞ୍ଚଳରେ ଆୟ ବୃଦ୍ଧି ଲାଗି ମନରେଗା ଭଳି ଯୋଜନାରେ ଅର୍ଥ ବୃଦ୍ଧି କରିବାକୁ ପଡ଼ିବ। ଏହାସହ ପିଏମ୍ କିଷାନ, ଆୟୁଷ୍ମାନ ଭାରତ, ମାଗଣା ଏଲ୍‌ପିଜି, ବିଦ୍ୟୁତ୍‌କରଣ, ହାଉସିଂ ଓ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ଭଳି ଜନହିତକର ଯୋଜନାରେ ଅର୍ଥ ବ୍ୟୟ ଜାରି ରଖିବାକୁ ପଡ଼ିବ।

ଅନ୍ୟପକ୍ଷରେ ପାଣି ସମସ୍ୟା ଦୂର ଲାଗି ସରକାର ଆରମ୍ଭ କରିଥିବା ମହତ୍ୱାକାଂକ୍ଷୀ ଜଳଶକ୍ତି ଅଭିଯାନ ପାଇଁ ବଡ଼ ଧରଣର ଅର୍ଥ ବରାଦର ଆବଶ୍ୟକତା ପଡ଼ିବ। ତେଣୁ ଅଭିବୃଦ୍ଧି ଓ ସାମାଜିକ କାର୍ଯ୍ୟକ୍ରମ ମଧ୍ୟରେ  ଅର୍ଥମନ୍ତ୍ରୀ କିଭଳି ସମାନତା ରକ୍ଷା କରୁଛନ୍ତି ଏବେ ତା’ଉପରେ ରହିବ ନଜର।



from OTV Khabar. https://ift.tt/30bjNjw
ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର Rajalaxmi Sahoo ଆଜି ପୂର୍ଣ୍ଣାଙ୍ଗ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ପେଡ଼ି ଉପରେ ସମସ୍ତଙ୍କ ନଜର Rajalaxmi Sahoo Reviewed by SUBHENDU BARAL on July 04, 2019 Rating: 5

No comments:

Powered by Blogger.