ପୋଲ ତଳକୁ ଖସି ପଡ଼ିଲା ବସ୍‌: ୨୯ ମୃତ Rajalaxmi Sahoo

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଯମୁନା ଏକ୍ସପ୍ରେସ୍‌ରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ବେଳେ ଆଗ୍ରାର ଝରଣା ନାଳରେ ଖସି ପଡ଼ିଥିଲା। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦେବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଏ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ବସ୍‌ରେ ୫୦ରୁ ଅଧିକ ଲୋକ ଥିଲେ। ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ମୃତଦେହ ଗୁଡ଼ିକୁ ବାହାରକୁ ଆଣିଥିଲେ।

ଉତ୍ତର ପ୍ରଦେଶ ପୁଲିସ୍‌ ଟ୍ୱିଟ୍‌ କରି କହିଛି, ବସ୍‌ଟି ପୋଲ ଉପରୁ ଏକ ନାଳକୁ ଖସି ପଡ଼ିଥିଲା। ପ୍ରାୟ ୧୫ ଫୁଟ୍ ତଳେ ବସ୍‌ଟି ପଡ଼ିଥିଲା। ୨୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି।”

ବସ୍‌ଟି କେମିତି ଦୁର୍ଘଟଣାଗ୍ରସ୍ତ ହେଲା ତାହା ସ୍ପଷ୍ଟ ହୋଇନି। ତେବେ ଡ୍ରାଇଭର ଶୋଇ ପଡ଼ିବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଛି।

ଏହି ଦୁର୍ଘଟଣା ପରେ ମୃତକଙ୍କ ପରିବାର ପାଇଁ ଉତ୍ତର ପ୍ରଦେଶ ରୋଡ୍‌ୱେଜ୍ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ଦିଆଯିବ ବୋଲି ଘୋଷଣା କରାଯାଇଛି।



from OTV Khabar. https://ift.tt/2xwc9Eb
ପୋଲ ତଳକୁ ଖସି ପଡ଼ିଲା ବସ୍‌: ୨୯ ମୃତ Rajalaxmi Sahoo ପୋଲ ତଳକୁ ଖସି ପଡ଼ିଲା ବସ୍‌: ୨୯ ମୃତ Rajalaxmi Sahoo Reviewed by SUBHENDU BARAL on July 07, 2019 Rating: 5

No comments:

Powered by Blogger.