ଆଜି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍ଆଇ, କୋର୍ କମିଟି ସଦସ୍ୟ Pradesh Pratyush

ପୁରୀ : ଶ୍ରୀମନ୍ଦିରରୁ ବାହାରି ଶ୍ରୀଜିଉ ଜନ୍ମବେଦୀକୁ ଯାଇଥିବାରୁ ଏବେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ କରାଯାଉଛି। ଗର୍ଭଗୃହର ପ୍ରଥମ ମହଲା, ଦ୍ୱିତୀୟ ମହଲା ସହିତ କାନ୍ଥ, ଛାର, କରବେଲ୍, ଷ୍ଟିଲ୍ କ୍ରସକୁ ଯାଞ୍ଚ କରାଯିବ।

ଏଥିପାଇଁ ଜଗମୋହନ ଓ ଗର୍ଭଗୃହରେ ଲୁହା ଭାରା ଲଗାଯାଇଛି। ଆଜି ଏସବୁର ଯାଞ୍ଚ କରିବେ ଏଏସ୍ଆଇର ଅଧିକାରୀ ଓ କୋର୍ କମିଟି।

ବିଶେଷ କରି ଗର୍ଭଗୃହରେ ବାୟୁ ଚଳାଚଳ, ଅର୍ଥାତ ଭେଣ୍ଟିଲେସନ୍ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆଗରୁ ଅଭିଯୋଗ ହୋଇଥିଲା ଯେ, ଗର୍ଭଗୃହରେ ପାଣି ଗଳୁଛି।  ଗତକାଲି ପ୍ରାଥମିକ ଯାଞ୍ଚ କରାଯାଇଥିଲେ ମଧ୍ୟ ତାହା ସ୍ପଷ୍ଟ ହୋଇପାରି ନାହିଁ। ଆଜି ବୈଷୟିକ କୋର୍ କମିଟି ଏହାକୁ ଦେଖିବ।

 



from OTV Khabar. https://ift.tt/2YAaFEB
ଆଜି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍ଆଇ, କୋର୍ କମିଟି ସଦସ୍ୟ Pradesh Pratyush ଆଜି ଶ୍ରୀମନ୍ଦିର ଗର୍ଭଗୃହର ଯାଞ୍ଚ କରିବେ ଏଏସ୍ଆଇ, କୋର୍ କମିଟି ସଦସ୍ୟ Pradesh Pratyush Reviewed by SUBHENDU BARAL on July 05, 2019 Rating: 5

No comments:

Powered by Blogger.