ପୁରୀ: ହସୁଛି ରଥ, ହସୁଛି ପଥ। ଆଉ ଭକ୍ତର ହସସହ ମୁହଁ ଦେଖି ମନେ ମନେ ହସୁଛି କାଳିଆ ଠାକୁର। କହୁଛି, ମୁଁ ଯାଉଛି…ତୁମ ପାଖକୁ। ଭକ୍ତଙ୍କ ଗହଣରେ ମୁଁ ବି ଚାହେଁ ହଜି ଯିବାକୁ, ମଜ୍ଜି ଯିବାକୁ…। ଅପେକ୍ଷା କର…ଆଉ କିଛି ମୁହୂର୍ତ୍ତ ମାତ୍ର..
ଆଜି ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥି। ଭକ୍ତି ଓ ଭଗବାନଙ୍କର ଅପୂର୍ବ ମିଳନର ତିଥି। କେତେ ପବିତ୍ର ଏ ତିଥି ସତେ ! ଏଇ ମିଳନ ପାଇଁ ସମସ୍ତେ ତତ୍ପର। ଫୁଲରେ ସଜେଇ ହୋଇଛି ଶ୍ରୀମନ୍ଦିର। ସିଂହଦ୍ୱାର ସମ୍ମୁଖରେ ଅପେକ୍ଷାରତ ତିନି ରଥ। ବାଇଶି ପାହାଚରେ ଜମି ଆସିଲାଣି ଭିଡ଼। ବଡ଼ଦାଣ୍ଡ ତ ଭକ୍ତଗହଣରେ ଉଛୁଳି ପଡ଼ିଲାଣି।
ସମସ୍ତେ ଅପେକ୍ଷା କରିଛନ୍ତି, ଆସିବେ ଭାବର ଠାକୁର…ଭକ୍ତର ଠାକୁର…କାଳିଆ ଠାକୁର… । ସେଇ ଠାକୁରଙ୍କ ସ୍ପର୍ଶରେ ରଥ, ପଥ, ଭକ୍ତ ସମସ୍ତେ ପାଲଟିଯିବେ ଠାକୁର। କେତେ ଉତ୍କଣ୍ଠା !
ଠାକୁରଙ୍କୁ ବାମନ ରୂପରେ ଦେଖିଲେ ପୂନର୍ଜନ୍ମରୁ ମିଳିବ ମୁକ୍ତି। କେବଳ ଅପେକ୍ଷା କେତେବେଳେ ବାଜିବା ବିଜେ କାହାଳୀ…
from OTV Khabar. https://ift.tt/2Xp1Jke
ହସୁଥାରେ ଚକାଡ଼ୋଳା, ତୋର ଆଜି ରଥଯାତ୍ରା… Minati Mishra
Reviewed by SUBHENDU BARAL
on
July 03, 2019
Rating:
No comments: