ଧରାପଡିବ ପାକିସ୍ତାନର ମିଛ । ଜୁଲାଇ ୧୭ରେ କୂଳଭଷଣ ମାମଲାର ଆସିବ ରାୟ, ଅନ୍ତର୍ଜାତୀୟ କୋର୍ଟରେ ହେବ ଶୁଣାଣି Kanak News

କନକ ବ୍ୟୁରୋ: ଅନ୍ତର୍ଜାତୀୟ ନ୍ୟାୟାଳୟରେ ଆସନ୍ତା ୧୭ ତାରିଖରେ ହେବ କୁଳଭୂଷଣ ମାମଲାର ରାୟ । ଏହି ଦିନ ଭାରତର ଆବେଦନ ନେଇ ନିଜର ଫୈସଲା ଶୁଣାଇବେ ଇଂଟର ନାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ । ଗୁରୁବାର ଏନେଇ ସୂଚନା ଦେଇଛି ଆଇସିଜେ ।

ଭାରତ ଅନ୍ତର୍ଜାତୀୟ ଅଦାଲତଙ୍କୁ ଅନୁରୋଧ କରିଛି ପାକିସ୍ତାନକୁ କୁଳଭୂଷଣ ଉପରେ ଲଗାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ପ୍ରତ୍ୟାହାର କରିବାକୁ । ଭିଏନା ଚୁକ୍ତିକୁ ଉଲଂଘନ କରି ପାକିସ୍ତାନ , କୁଳଭୂଷଣକୁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ଜେଲରେ ରଖିଛି । ଗତ ୨୦୧୭ ଅପ୍ରେଲ ମାସରେ ପାକିସ୍ତାନର ସେନା କୋର୍ଟ କୁଲଦୀପଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ ପରି ଅଭିଯୋଗରେ ମୃତ୍ୟୁ ଦଣ୍ଡ ଶୁଣାଇଛି । ପାକିସ୍ତାନ ୨୦୧୬ ମାର୍ଚରେ କୁଲଭୂଷଣଙ୍କୁ ବଲୁଚିସ୍ତାନ ଅଂଚଳରୁ ଗିରଫ କରିଥିବା ଦାବି କରିଛି । ତେବେ ସୂଚନା ଅନୁସାରେ ଭାରତର ପୂର୍ବତନ ନେଭି ଅଫିସର ଇରାନ୍ ଟ୍ରିପରେ ଥିବା ବେଳେ ସେଠାରୁ ତାଙ୍କୁ ଅପହରଣ କରାଯାଇଥିଲା । ପାକିସ୍ତାନ କୁଳଭୂଷଣଙ୍କୁ ମିଥ୍ୟା ମାମଲାରେ ଗିରଫ କରି ମୃତ୍ୟୁଦଣ୍ଡ ଶୁଣାଇବା ବିରୋଧରେ ଅନ୍ତର୍ଜାତୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲା ଭାରତ ।



from Kanak News https://ift.tt/2FWxwDg https://ift.tt/2Xpk6Fx
ଧରାପଡିବ ପାକିସ୍ତାନର ମିଛ । ଜୁଲାଇ ୧୭ରେ କୂଳଭଷଣ ମାମଲାର ଆସିବ ରାୟ, ଅନ୍ତର୍ଜାତୀୟ କୋର୍ଟରେ ହେବ ଶୁଣାଣି Kanak News ଧରାପଡିବ ପାକିସ୍ତାନର ମିଛ । ଜୁଲାଇ ୧୭ରେ କୂଳଭଷଣ ମାମଲାର ଆସିବ ରାୟ, ଅନ୍ତର୍ଜାତୀୟ କୋର୍ଟରେ ହେବ ଶୁଣାଣି Kanak News Reviewed by SUBHENDU BARAL on July 04, 2019 Rating: 5

No comments:

Powered by Blogger.