ଆଜି କେନ୍ଦ୍ର ବଜେଟ୍ : ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ ୫|୭: ଆଜି କେନ୍ଦ୍ର ବଜେଟ୍ । ଦ୍ବିତୀୟଥର କ୍ଷମତାକୁ ଆସିବାପରେ ମୋଦି ସରକାରଙ୍କ ଏହା ହେଉଛି ପ୍ରଥମ ବଜେଟ୍ ।୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବାହ୍ନ ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ।

ଦେଶରେ ସାଧାରଣ ନିର୍ବାଚନ ଥିବାରୁ କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ ଫେବୃୟାରୀରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ମୋଦି ସରକାର ପୂର୍ବାପେକ୍ଷା ଅଧିକ ସଂଖ୍ୟକ ଆସନ ପାଇ ସରକାର ଗଠନ କରିଥିବାରୁ ବଜେଟରୁ ଅନେକ କିଛି ଆଶା ରଖିଛନ୍ତି ସାଧାରଣ ଜନତା । ବେତନଭୋଗୀ, ବ୍ୟବସାୟୀ, ବରିଷ୍ଠ ନାଗରିକ ଆଜି ସମସ୍ତଙ୍କର ନଜର ରହିବ ନିର୍ମଳା ସୀତାରମଣଙ୍କ ବଜେଟ୍ ଉପରେ ।

ବିଶେଷକରି ନିଯୁକ୍ତି ଚାହିଦା, ରପ୍ତାନି, ଉତ୍ପାଦକତା ବୃଦ୍ଧି ପାଇଁ ଅଧିକ ନିବେଶର ଆବଶ୍ୟକତା ରହିଥିବାରୁ ଏ ଦିଗରେ ଠୋସ୍ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ । ଘରୋଇ ଏବଂ ବିଦେଶ ନିବେଶକଙ୍କୁ ଆକୃଷ୍ଟ କରିବାପାଇଁ ବଜେଟ୍ ରେ କିଛି ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ। ଗ୍ରାମୀଣ ଅର୍ଥନୀତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ କିଛି ପଦକ୍ଷେପ ଗ୍ରହଣ କରିପାରନ୍ତି । ତେବେ ଯାହା ଆକଳନ କରାଯାଉଛି ଏଥର ମୋଦି ସରକାର କୃଷି,ଏମ୍ଏସ୍ଏମ୍ଇ ଏବଂ ଜଳସମ୍ପଦ ଉପରେ ଅଧିକ ଫୋକସ କରିପାରନ୍ତି।



from News7 https://ift.tt/2XpnipD
ଆଜି କେନ୍ଦ୍ର ବଜେଟ୍ : ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟ୍ : ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Reviewed by SUBHENDU BARAL on July 04, 2019 Rating: 5

No comments:

Powered by Blogger.