ବିଶ୍‌କେକ୍‌ରେ ହେବନି ମୋଦି-ଇମ୍ରାନ୍‌ ଭେଟ ! Rajalaxmi Sahoo

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପାକିସ୍ତାନ ପ୍ରତିପକ୍ଷ ଇମ୍ରାନ୍‌ ଖାନ୍‌ଙ୍କୁ ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ସମ୍ମିଳନୀରେ ଭେଟ ହେବାର ସମ୍ଭାବନା କମିବାର ଲାଗିଛି। ପୂର୍ବରୁ କିର୍ଗିଜ୍‌ସ୍ତାନର ରାଜଧାନୀ ବିଶ୍‌କେକ୍‌ଠାରେ ଉଭୟ ରାଷ୍ଟ୍ରନେତା ଭେଟ ହେବା ନେଇ ଚର୍ଚ୍ଚା ହେଉଥିଲା।

କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ମୋ ଜାଣିବାରେ ବିଶ୍‌କେକ୍‌ଠାରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ଭେଟ ହେବନି। ଆସନ୍ତା ୧୩ ଏବଂ ୧୪ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଉଭୟ ନେତା କିନ୍ତୁ ଯୋଗଦେବା ନିଶ୍ଚିତ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ପୁଲ୍‌ୱାମା ଆତଙ୍କବାଦୀ ହମ୍‌ଲାକୁ ନେଇ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ରହିଛି। ଏପରିକି ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟ୍‌ଠାରେ ଭାରତ ଆକାଶ ମାର୍ଗରୁ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାପରେ ଇମ୍ରାନ୍‌ ଖାନ୍‌ ଶୁଭେଚ୍ଛା ଜଣାଇବା ସହ ଉଭୟ ରାଷ୍ଟ୍ର ଏକାଠି ହୋଇ ଶାନ୍ତି ଏବଂ ସମୃଦ୍ଧି ପାଇଁ କାମ କରିବାକୁ ଇଛା ପ୍ରକାଶ କରିଥିଲେ। ଫଳରେ ବନ୍ଦ ହୋଇଯାଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଉଥରେ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା।



from OTV Khabar http://bit.ly/2MxXz9i
ବିଶ୍‌କେକ୍‌ରେ ହେବନି ମୋଦି-ଇମ୍ରାନ୍‌ ଭେଟ ! Rajalaxmi Sahoo ବିଶ୍‌କେକ୍‌ରେ ହେବନି ମୋଦି-ଇମ୍ରାନ୍‌ ଭେଟ ! Rajalaxmi Sahoo Reviewed by SUBHENDU BARAL on June 06, 2019 Rating: 5

No comments:

Powered by Blogger.