ରାଜନାଥଙ୍କୁ ନେଇ ବଦଳିଲା ନିଷ୍ପତ୍ତି : ଆଉ ୪ କ୍ୟାବିନେଟ କମିଟିରେ ମିଳିଲା ସ୍ଥାନ, ସଂସଦୀୟ କମିଟିର ଅଧ୍ୟକ୍ଷ ସହ ମିଳିଲା ରାଜନତୈକ ବ୍ୟାପାର କମିଟିର ସଭ୍ୟ Kanak News
କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ୮ଟି କ୍ୟାବିନେଟ କମିଟିର ପୁନର୍ଗଠନ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସମସ୍ତ ୮ଟି କମିଟିରେ ସାମିଲ କରାଯାଇଥିବା ବେଳେ ମୋଦି କ୍ୟାବିନେଟର ନମ୍ବର ୨ କୁହାଯାଉଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ମାତ୍ର ୨ଟି କମିଟିରେ ସାମିଲ କରାଯାଇଥିଲା । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କମିଟିରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ଏହାକୁ ନେଇ ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି ହେବା ପରେ ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଷ୍ପତି ବଦଳାଇବା ବାଧ୍ୟ ହୋଇଥିଲେ । ରାଜନାଥଙ୍କୁ ସଂସଦୀୟ ବ୍ୟାପାର ଏବଂ ରାଜନୈତିକ ବ୍ୟାପାର କମିଟି ସହ ଅନ୍ୟ ୨ଟି କମିଟିରେ ସ୍ଥାନ ଦିଆଯାଇଛି । ତାଙ୍କୁ ସଂସଦୀୟ କମିଟିର ଅଧ୍ୟକ୍ଷ କରାଯାଇଥିବା ବେଳେ ରାଜନୈତିକ ବ୍ୟାପାର କମିଟିର ସଭ୍ୟ କରାଯାଇଛି ।
ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ରହିଛନ୍ତି । ଏହି କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥିରେ ସଦସ୍ୟ ଅଛନ୍ତି । ପୁନର୍ଗଠନ ହୋଇଥିବା ଅନ୍ୟ କମିଟି ଗୁଡିକ ହେଲା ନିଯୁକ୍ତ ସଂକ୍ରାନ୍ତ କ୍ୟାବିନେଟ କମିଟି, ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି, ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି, ରାଜନୈତିକ ବ୍ୟାପାର କମିଟି, ନିବେଶ ଏବଂ ଅଭିବୃଦ୍ଧି କ୍ୟାବିନେଟ କମିଟି, କର୍ମନିଯୁକ୍ତି ଏବଂ କୌଶଳ ବିକାଶ କ୍ୟାବିନେଟ କମିଟି ।
from Kanak News http://bit.ly/2MyQiGw http://bit.ly/2K2eYoz
No comments: