ବାବୁଙ୍କୁ ବିଧାୟକ ଉଠବସ୍ କରାଇବା ଘଟଣାରେ ନୂଆ ମୋଡ଼ : ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ, ଉଦ୍ଧାର ପରେ ଘରେ ଛାଡିଲା ପୋଲିସ Kanak News

କନକ ବ୍ୟୁରୋ : ଦୁଇ ଦିନ ଧରି ଘରକୁ ଫେରି ନଥିବା କନିଷ୍ଠ ଯନ୍ତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଗତକାଲି ରାତିରେ ପୋଲିସ କନିଷ୍ଠ ଯନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଛାଡିଛି । ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଖରିଆରରୁ ଉଦ୍ଧାର କରିବା ପରେ ପାଟଣାଗଡ ଆଣିଥିଲା ପୋଲିସ । ତେବେ ସଂଧ୍ୟାରେ କନିଷ୍ଠ ଯନ୍ତ୍ରୀଙ୍କୁ ବିଧାୟକ, ରାସ୍ତା ଉପରେ ଉଠବସ କରିବା ଘଟଣାରେ ଆସିଲା ନୂଆମୋଡ  । ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ।

ବୁଧବାର ତାଙ୍କ ସ୍ୱାମୀଙ୍କୁ ବିଧାୟକ ଓ ତାଙ୍କ କର୍ମୀ ଜୋରଜବରଦସ୍ତ ଘରୁ ଡାକି ନେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହ ଭାଇରାଲ ଭିଡିଓ ତଥା ଟିଭି ନ୍ୟୁଜରେ ତାଙ୍କ ସ୍ୱାମୀଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯାଇଛି ଏବଂ ଉଠବସ ନହେଲେ ତାଙ୍କୁ ମାଡ ମାରିବାକୁ ଧମକ ଦେଉଥିବା ସ୍ପଷ୍ଟ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଏଥିସହ ତାଙ୍କ ସ୍ୱାମୀଙ୍କୁ ଅସଭ୍ୟ ଏବଂ ଜାତିକୁ ନେଇ ଗାଳି ଦିଆଯାଇଥିବା ଜେଇଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହା ଛଡା ଗତକାଲିଠାରୁ ତାଙ୍କ ସ୍ୱାମୀ ଘରକୁ ଫେରି ନଥିବାରୁ ତାଙ୍କୁ ବିଧାୟକ ଅପହରଣ କରିବା ସହ କିଛି ଅଘଟଣ ଘଟାଇଥିବା ସେ ସନ୍ଦେହ ପ୍ରକାଶ କରିଛନ୍ତି ।



from Kanak News http://bit.ly/2WhWQZK http://bit.ly/2WrvRzH
ବାବୁଙ୍କୁ ବିଧାୟକ ଉଠବସ୍ କରାଇବା ଘଟଣାରେ ନୂଆ ମୋଡ଼ : ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ, ଉଦ୍ଧାର ପରେ ଘରେ ଛାଡିଲା ପୋଲିସ Kanak News ବାବୁଙ୍କୁ ବିଧାୟକ ଉଠବସ୍ କରାଇବା ଘଟଣାରେ ନୂଆ ମୋଡ଼ : ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ, ଉଦ୍ଧାର ପରେ ଘରେ ଛାଡିଲା ପୋଲିସ Kanak News Reviewed by SUBHENDU BARAL on June 06, 2019 Rating: 5

No comments:

Powered by Blogger.