କୋରାପୁଟ: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ନିକଟସ୍ଥ କାଉଗୁଣ୍ଠା ଗାଁ ଠାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ‘ନଡ଼ିଆରାଣୀ’ ବସ୍ ଓଲଟି ପଡ଼ିବା ଫଳରେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କିଛି ମହିଳା ଅଛନ୍ତି ବୋଲି ସୂଚନା ମିଳିଛି। ତେବେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।
ଦୁର୍ଘଟଣାରେ ବସ୍ କଣ୍ଡକ୍ଟର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଘର ଆଠଗଡ଼ରେ ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ପଟାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ କାଉଗୁଣ୍ଠା ଗାଁ ନିକଟରେ ଥିବା ଏକ ମୋଡ଼ରେ ବସ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ବସ୍ରେ ପ୍ରାୟ ୪୫ ଜଣ ଯାତ୍ରୀ ଥିଲେ।
ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।
from OTV Khabar http://bit.ly/2HYGCk6
ଓଲଟିଲା ଯାତ୍ରୀବାହୀ ବସ୍ Rajalaxmi Sahoo
Reviewed by SUBHENDU BARAL
on
June 06, 2019
Rating:
No comments: