ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ! ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ କଲେ ଆବେଦନ Kanak News

କନକ ବ୍ୟୁରୋ: ରାଜ୍ୟରେ ଥିବା ୧୯୨୯ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ) ସମେତ ସେଲ୍ଫ ଫାଇନାନ୍ସିଂ କଲେଜ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ଶିକ୍ଷା କଲେଜରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ  ‘www.samodisha.gov.in’ ୱେବସାଇଟରେ ସିଏଏଫ୍ ଦାଖଲ କରିଛନ୍ତି। ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ ବିଭିନ୍ନ କଲେଜରେ ନାମ ଲେଖାଇବା ଲାଗି ଆବେଦନ କରିଥିବା ଜଣାପଡ଼ିଛି। ୧୭ ହଜାର ୬୩୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୭ ହଜାର ୭୦ଜଣ ଫି’ ଦାଖଲ କରିଥିବା ବେଳେ ୧୭ଜଣଙ୍କ ଆବେଦନ ପତ୍ର ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
plus two resultଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ୨୧ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ସିଏଏଫର ପ୍ରିଣ୍ଟ କପି ସହ ସମସ୍ତ ଡକ୍ୟୁମେଣ୍ଟ ସାମ୍ସ ରିସୋର୍ସ ସେଣ୍ଟର୍(ଏସ୍ଆରସି)ରେ ଦାଖଲ କରିପାରିବେ। ଜୁନ୍ ୨୬ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁନ୍ ୨୮ରୁ ଜୁଲାଇ ୨ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ। ଜୁନ୍ ୨୮ରେ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତଥ୍ୟ ଅନଲାଇନରେ ପ୍ରକାଶ କରାଯିବ। ଜୁଲାଇ ୮ରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ତଥା କଟ୍ ଅଫ୍ ମାର୍କ ତଲିକା ପ୍ରକାଶ ପାଇବ। ଏଥିପାଇଁ ଜୁଲାଇ ୯ରୁ ୧୧ ମଧ୍ୟରେ ନାମଲେଖା ହେବ। ଜୁଲାଇ ୨୪ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ।


from Kanak News http://bit.ly/2WPQx3D http://bit.ly/2QSvXun
ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ! ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ କଲେ ଆବେଦନ Kanak News ଆରମ୍ଭ ହେଲା ଯୁକ୍ତ ୨ ନାମଲେଖା ପ୍ରକ୍ରିୟା ! ପ୍ରଥମ ଦିନରେ ୮ ହଜାର ଛାତ୍ରଛାତ୍ରୀ କଲେ ଆବେଦନ Kanak News Reviewed by SUBHENDU BARAL on June 06, 2019 Rating: 5

No comments:

Powered by Blogger.