ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ଏନ୍ଏଚ୍ ୪୯ର ପିପିଲିମାଲ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ କୋଇଲା ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାପା ବିଶିକେଶନ କାଲୋ, ମା’ ତପସ୍ୱିନୀ କାଲୋ ଓ ପୁଅ ସତ୍ୟନାରାୟଣ କାଲୋ।
ମିଳିଥିବା ସୂଚନା ଅନୁଯାୟୀ, ବିଶିକେଶନଙ୍କ ପୁଅ ବାହାଘର ଥିଲା। ଆଜି ବିଶିକେଶନ ନିଜ ପୁଅ ବାହାଘର ପାଇଁ ବେଲପାହାଡ଼ରୁ ଜିନିଷ କିଣି ସ୍ତ୍ରୀ ଓ ପୁଅଙ୍କ ସହ ନିଜ ଗାଁ କୁଡ଼ାଲୋଇକୁ ଫେରୁଥିଲେ। ଏହି ସମୟରେ ରାୟଗଡ (ଛତିଶଗଡ଼) ଆଡୁ ଦ୍ରୁତଗତିରେ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ବେଲପାହାଡ଼ ପୁଲିସ ଜବତ କରିଛି ।
ଅନ୍ୟପକ୍ଷେ, ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ୪୯ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛି।
from OTV Khabar http://bit.ly/2HJAL2e
No comments: