ସାତପଡ଼ା-ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଫୋନି’ Rajalaxmi Sahoo

ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ଼ ‘ଫୋନି’ ଭୟ। ବର୍ତ୍ତମାନ ଏହା ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରୁ ଏକ୍ସଟ୍ରିମ୍‌ଲି ସିଭିୟର (ଅତ୍ୟନ୍ତ ଭୟଙ୍କର) ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇଛି।

‘ଏହା ପୁରୀ ଠାରୁ ୬୮୦ କି.ମି. ଦୂରରେ ଅଛି। ଭାରତୀୟ ପାଣିପାଗ ବିଭାଗ ଓ ୟୁଏସ୍‌ ନାଭିର ସୂଚନା ଅନୁସାରେ, ୩ ତାରିଖ ଅପରାହ୍ଣରେ ଏହା ପୁରୀ ଠାରେ ଲ୍ୟାଣ୍ଡଫଲ୍‌ କରିବ। ସାତପଡ଼ା ଓ ବାଲୁଖଣ୍ଡ ମଧ୍ୟରେ କୌଣସି ସ୍ଥାନରେ ଲ୍ୟାଣ୍ଡଫଲ୍‌ କରିବ। ତେବେ ଏହାର ସଠିକ୍‌ ତଥ୍ୟ ସମ୍ପର୍କରେ ଜଣାପଡ଼ିଲେ ଏନେଇ ସୂଚନା ଦିଆଯିବ’ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘ବାତ୍ୟା ପୁରୀରେ ସ୍ଥଳଭାଗ ଛୁଇଁବା ପରେ ଖୋର୍ଦ୍ଧା ଜିଲ୍ଲା ଅତିକ୍ରମ କରିବ। ଏହାପରେ କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଦେଇ ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ। ଏହାସହ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାବାସୀଙ୍କୁ ଅଧିକ ସତର୍କ ରହିବାକୁ ସୂଚନା ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

‘ଫୋନି’ ଲ୍ୟାଣ୍ଡଫଲ୍‌ କରିବା ପରେ ଏହାଦ୍ୱାରା ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତଳିଆ ଅଞ୍ଚଳ ଗୁଡ଼ିକରେ ଜଳବନ୍ଦୀ ହେବାର ଆଶଙ୍କା ଥିବାରୁ ଏହି ସବୁ ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।



from OTV Khabar http://bit.ly/2LfUJW2
ସାତପଡ଼ା-ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଫୋନି’ Rajalaxmi Sahoo ସାତପଡ଼ା-ବାଲୁଖଣ୍ଡ ନିକଟରେ ଲ୍ୟାଣ୍ଡଫଲ୍‌ କରିପାରେ ‘ଫୋନି’ Rajalaxmi Sahoo Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.