ନୂଆଦିଲ୍ଲୀ : କେନ୍ଦ୍ରରେ ସରକାର ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ। ଦିଲ୍ଲୀରେ ଥିବା ୭ ଲୋକ କଲ୍ୟାଣ ମାର୍ଗ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଉଭୟେ ମନ୍ତ୍ରିମଣ୍ଡଳ ସଂପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।
କାହାକୁ କ୍ୟାବିନେଟ ପାହ୍ୟା ମିଳିବ, କିଏ ମନ୍ତ୍ରିମଣ୍ଡଳରେ ରହିବେ, କିଏ ବାଦ୍ ପଡ଼ିବେ, କାହାକୁ କେଉଁ ବିଭାଗ ମିଳିବ, ଅମିତ ଶାହା ମନ୍ତ୍ରିମଣ୍ଡଳରେ ସାମିଲ ହେଲେ କିଏ ଦଳର ପରବର୍ତ୍ତୀ ସଭାପତି ହେବ, ତାକୁ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।
ବିରୋଧୀଙ୍କୁ ଶୋଚନୀୟ ଭାବେ ମାତ୍ ଦେଇ ଗତ ଥର ଅପେକ୍ଷା ଲୋକସଭା ନିର୍ବାଚନରେ ଏଥର ଆହୁରି ଭଲ ପ୍ରଦର୍ଶନ କରିଛି ବିଜେପି। ଏକାକୀ ଦଳର ସିଟ୍ ସଂଖ୍ୟା ୩ ଶହ ପାର୍ କରିଛି।
from OTV Khabar http://bit.ly/2Qr8foL
ଦିଲ୍ଲୀରେ ମୋଦି-ଶାହ ଭେଟ ; ସରକାର ଗଠନ ନେଇ ଆଲୋଚନା Pradesh Pratyush
Reviewed by SUBHENDU BARAL
on
May 28, 2019
Rating:
No comments: