କାଳବୈଶାଖୀର ତାଣ୍ଡବ ପରେ ବଢ଼ିଲା ପାଣି ଓ ବିଜୁଳି କଷ୍ଟ Pradesh Pratyush

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ) : ସୀମା ଟପିଲାଣି ତାତି। ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ପ୍ରଥମେ ଫୋନି ଓ ତାପରେ କାଳବୈଶାଖୀ। ଲୋକଙ୍କ ସମସ୍ୟାକୁ ଯେମିତି କରିଦେଇଛି ଦ୍ୱିଗୁଣିତ। ନା ବିଜୁଳି ମିଳୁଛି ନା ଜଳଯୋଗାଣ ହୋଇପାରୁଛି।

ଫୋନିର ଦୁଃଖ ଟିକେ ପୁରୁଣା ନହେଉଣୁ କାଳବୈଶାଖୀର ତାଣ୍ଡବ ଦେଇଯାଇଛି ବିଜୁଳି କଷ୍ଟ। ବିଭାଗର ଖାମଖିଆଲି ନୀତି ଯୋଗୁ ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ବିଜୁଳି ନଥିବାରୁ ଜଳଯୋଗାଣ ବ୍ୟବସ୍ଥା ବି ବନ୍ଦ। ଏଭଳି ଅବସ୍ଥାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଓସ୍ତପୁର ପଂଚାୟତ ଦେପୁର ଗାଁର ବାସିନ୍ଦା। ଦିନରେ ଯେଣତେଣ ପ୍ରକାରେ ରହିଯାଉଥିବାବେଳେ ରାତି ହେଲେ ଗରମରେ ଅବସ୍ଥା ହୋଇଯାଉଛି ସାଂଘାତିକ।

ଗତ ଗୁରୁବାର ଦିନ ହୋଇଥିବା କାଳବୈଶାଖୀରେ ନଡିଆ ଗଛ ପଡ଼ି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯାଇଥିଲା। ଯାହାକି ଏଯାଏ ସଜଡା ଯାଇପାରିନି। ଏନେଇ ବାରମ୍ବାର ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି। ଏନେଇ ଉତ୍ତ୍ୟକ୍ତ ଲୋକେ ୨୭ ତାରିଖରେ ରାସ୍ତାରୋକ୍ ବି କରିଥିଲେ। ସେପଟେ ସେସୁ ଅଧିକାରୀ ୭ ଦିନ ଭିତରେ ନୂଆ ଖୁଣ୍ଟ ଲଗାଇବାର ପ୍ରତିଶ୍ରୁତି ଦେଇଛନ୍ତି।



from OTV Khabar http://bit.ly/2KbeThQ
କାଳବୈଶାଖୀର ତାଣ୍ଡବ ପରେ ବଢ଼ିଲା ପାଣି ଓ ବିଜୁଳି କଷ୍ଟ Pradesh Pratyush କାଳବୈଶାଖୀର ତାଣ୍ଡବ ପରେ ବଢ଼ିଲା ପାଣି ଓ ବିଜୁଳି କଷ୍ଟ Pradesh Pratyush Reviewed by SUBHENDU BARAL on May 28, 2019 Rating: 5

No comments:

Powered by Blogger.