ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର Pradesh Pratyush

ଭୁବନେଶ୍ୱର : ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଏଭରେଷ୍ଟରୁ ସଫଳତାର ସହ ଉଦ୍ଧାର କରାଯାଇଛି। ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଳ୍ପନାଙ୍କ ମରଶରୀରକୁ ନେପାଳୀ ଶେରପା ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ବେସକ୍ୟାମ୍ପ-୪କୁ ଅଣାଯାଇଛି। ବେସ୍ କ୍ୟାମ୍ପରେ ଆସନ୍ତାକାଲି ସମସ୍ତ ଫର୍ମାଲିଟି ପୂରଣ କରାଯିବା ପରେ ମରଶରୀରକୁ କାଠମାଣ୍ଠୁ ନିଆଯିବ ଏବଂ ସେଠାରେ ଥିବା ଭାରତୀୟ ଦୂତାବାସ ଓ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ଭୁବନେଶ୍ୱର ଅଣାଯିବ।

କଳ୍ପନାଙ୍କ ମୃତଦେହ ଆଣିବାକୁ ଓଡ଼ିଶାରୁ ୩ ଜଣିଆ ଟିମ୍‌ କାଠମାଣ୍ଡୁ ଯାଇଛନ୍ତି। ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାଶ, ଏଭରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ସାମିଲ ଅଛନ୍ତି। ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି କଲ୍ପନାଙ୍କ ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ ସେନେଇ ତତ୍ପରତା ଦେଖାଇଛନ୍ତି।

ଉଲ୍ଲେଖନୀୟ ଯେ , ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା  ଗତ ୨୪ ତାରିଖରେ ମିଳିଥିଲା। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା।

ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ ମାଉଣ୍ଟ ଏଭରେଷ୍ଟ ସଫଳତାର ସହ ଆରୋହଣ କରି ରେକର୍ଡ ସୃଷ୍ଟି କରିଥିଲେ ।

 



from OTV Khabar http://bit.ly/2EzpAXB
ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର Pradesh Pratyush ପର୍ବତାରୋହୀ କଳ୍ପନା ଦାଶଙ୍କ ମୃତଦେହ ଉଦ୍ଧାର Pradesh Pratyush Reviewed by SUBHENDU BARAL on May 28, 2019 Rating: 5

No comments:

Powered by Blogger.