ପୁରୀରୁ ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ । ୧୮ ଜିଲ୍ଲାପାଳଙ୍କୁ ସତର୍କତା । Kanak News
କନକ ବ୍ୟୁରୋ: ସାମୁଦ୍ରିକ ଝଡ଼ ‘ଫୋନି’ ପାଇଁ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା । ଆସନ୍ତା କାଲି ସୁଦ୍ଧା ପର୍ଯ୍ୟଟକ ମାନଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ କୌଣସି ପର୍ୟ୍ୟଟକ ସମୁଦ୍ରରେ ନ ଗାଧୋଇବା ପାଇଁ ବା ସଂଧ୍ୟାରେ ସମୁଦ୍ରକୂଳରେ ନବୁଲିବା ପାଇଁ ସତର୍କ କରାଇ ଦେଇଛି ଜିଲ୍ଲା ପ୍ରଶାସନ। ଏ ସଂପର୍କରେ ପୁରୀ ହୋଟେଲ୍ ଆସୋସିଏସନର ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ । ୧ ତାରିଖଠାରୁ ୫ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ସମସ୍ତ ଆବଶ୍ୟକତା ପାଇଁ ପ୍ରସ୍ତୁତ ରହିବାକୁ ସେଥିରେ ଦର୍ଶାଯାଇଛି ।
ମଙ୍ଗଳବାର ଅପରାହ୍ନ ୬ଟା ସୁଦ୍ଧା ସାମୁଦ୍ରିକ ଝଡ଼ବାତ୍ୟା ‘ଫୋନି’ ପୁରୀଠାରୁ ପାଖାପାଖି ୬୮୦ କିମି ଦୂରରେ ରହିଥିଲା। ପାଣିପାଗ ବିଭାଗର ପୂର୍ବାନୁଯାୟୀ, ‘ଫୋନି’ ଭୟଙ୍କର ରୂପ ନେଇସାରିଛି । ଇତିମଧ୍ୟରେ ଜିଲ୍ଲା ପ୍ରଶାସନ ସମସ୍ତ ତଳିଆ ଅଞ୍ଚଳରେ ସତର୍କ ସୂଚନା ଜାରି କରିବା ସହ ତୁରନ୍ତ ସୁରକ୍ଷିତ ଉଚ୍ଚ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ଚାଲି ଯିବା ପାଇଁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଛି। କୃଷ୍ଣପ୍ରସାଦ ବ୍ଳକର ସାତପଡ଼ା, ଚିଲିକା, ଅସ୍ତରଙ୍ଗ, କୋଣାର୍କ, ଚନ୍ଦ୍ରଭାଗା, ପୁରୀ ଆଦି ସମୁଦ୍ରକୂଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ସତର୍କ ରହିବାକୁ ଓ ଆବଶ୍ୟକ ସ୍ଥଳେ ୧ ତାରିଖଠାରୁ ବାତ୍ୟା ଆଶ୍ରୟସ୍ଥଳକୁ ଚାଲି ଯିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବା ପାଇଁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକମାନଙ୍କୁ ପୁରୀ ଛାଡିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି କାରଣ ହେତୁ ପର୍ଯ୍ୟଟକମାନେ ପୁରୀ ଛାଡି ପାରିଲେ ନାହିଁ ତେବେ ସେଭଳି ପରିସ୍ଥିତିରେ ଯେପରି ପର୍ଯ୍ୟଟକଙ୍କର କୌଣସି ସମସ୍ୟା ନହେବ ସେଥି ପ୍ରତି ସମସ୍ତ ପଦକ୍ଷେପ ନେବାକୁ ହୋଟେଲ ମାଲିକ ସଂଘକୁ ନିର୍ଦ୍ଦେଶ ଦିଆଯାଇଛି। ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ମୁତାବକ ଖାଦ୍ୟ, ପାନୀୟ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି। ପ୍ରଶାସନର ନିର୍ଦ୍ଦେଶ ପରେ ପୁରୀ ହୋଟେଲ ଆସୋସିଏସନ୍ ସମ୍ପାଦକ ରାଜକିଶୋର ପାତ୍ର କହିଛନ୍ତି, ଆମେ ପ୍ରସ୍ତୁତ ରହିଛୁ। କୌଣସି ପର୍ଯ୍ୟଟକଙ୍କର ଯେପରି ସମସ୍ୟା ନହେବ ସେଥି ପ୍ରତି ସମସ୍ତ ପ୍ରସ୍ତୁତି କରାଯାଇଛି। ସବୁ ହୋଟେଲ ଓ ଲଜିଂ ମାଲିକମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଜଣାଇ ଦିଆଯାଇଛି।
from Kanak News http://bit.ly/2IRAPP0 http://bit.ly/2J2UD1j
ପୁରୀରୁ ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ । ୧୮ ଜିଲ୍ଲାପାଳଙ୍କୁ ସତର୍କତା । Kanak News
Reviewed by SUBHENDU BARAL
on
May 01, 2019
Rating:
No comments: