କନକ ବ୍ୟୁରୋ: ଓଡିଶା ମୁହାଁଉଛି ‘ଫୋନି’ । ୩ ତାରିଖ ଅପରାହ୍ନ ସୁଦ୍ଧା ଓଡିଶା ଉପକୂଳ ଛୁଇଁପାରେ ଏହି ସାମୁଦ୍ରିକ ବାତ୍ୟା । ଏହି ସମୟରେ ପବନର ଗତି ଘଂଟାପ୍ରତି ୧୭୫ କିଲୋମିଟର ରହିବ । ସେହିଭଳି ୪ ତାରିଖ ସକାଳ ସୁଦ୍ଧା ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୁରଭଂଜ ଦେଇ ପଶ୍ଚିମବଙ୍ଗ ମୁହାଁ ହେବ ଫୋନି । ତେବେ ପୁରୀ ବାଲୁଖଣ୍ଡରେ ଫୋନି ମାଡ ହେବା ନେଇ ପୂର୍ବାନୁମାନ କରିଛି ୟୁଏସ ନେଭିର ଜଏଂଟ ଟାଇଫୁନ ୱାର୍ଣ୍ଣିଂ ସେଂଟର ।
ସେପଟେ, ଭାରତୀୟ ପାଣିପାଗ ବିଭାଗ କହୁଛି ଯେ, ୩ ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁପାରେ । ଏହି ସମୟରେ ପବନର ଗତି ୧୭୫ ରୁ ୧୮୫ କିଲୋମିଟର ଭିତରେ ରହିବ । ୪ ତାରିଖ ସକାଳ ସୁଦ୍ଧା ପଶ୍ଚିମବଙ୍ଗ ମୁହାଁ ହେବ । ତେବେ ବାତ୍ୟା ଫୋନି ପୁରୀର ଦକ୍ଷିଣରେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଅତିକ୍ରମ କରିବ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।
ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୬୮୦ କିଲୋମିଟର ଓ ବିଶାଖପାଟଣାଠାରୁ ୪୩୦ କିମି ଦୂରରେ ବାତ୍ୟା ଫୋନି ରହିଛି । ୩ ତାରିଖ ଅପରାହ୍ନରୁ ୪ ତାରିଖ ପୂର୍ବାହ୍ନ ଯାଏଁ କିନ୍ତୁ ଏହାର ପ୍ରବଳ ପ୍ରଭାବ ରହିବ ଓଡିଶାର ଉପକୂଳ ଜିଲ୍ଲାରେ । ଆଜି ଅପରାହ୍ନରେ ପବନର ଦିଗ ପରିବର୍ତନ ହେବ । ତେବେ ଫୋନି ପ୍ରଭାବରେ ରାଜ୍ୟର ୪ ଜିଲ୍ଲା ତଥା ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇପାରେ । ସେହିପରି କେନ୍ଦ୍ରାପଡା ଓ ବାଲେଶ୍ୱର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
from Kanak News http://bit.ly/2IShDAS http://bit.ly/2J2URpb
No comments: