ଭୁବନେଶ୍ବର ୧|୫: ସାମୁଦ୍ରିକ ବାତ୍ୟା ‘ଫନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବା ନେଇ ସୂଚନା ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ । ଖୋର୍ଦ୍ଧା, କଟକ, ଭଦ୍ରକ ଓ ବାଲେଶ୍ବର ଦେଇ ପଶ୍ଚିମବଞ୍ଚ ଯିବ ‘ଫନି’ । ବାତ୍ୟା ‘ଫନି’ ପାଇଁ ସରକାର ପ୍ରସ୍ତୁତ ରହିଥିବା କହିଛନ୍ତି ଏସଆରସି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ଆଶ୍ରୟସ୍ଥଳୀରେ ନିରାପତ୍ତା ବ୍ୟବସ୍ଥା ନିଆଯାଇଛି । ସ୍କୁଲ ଓ କଲେଜକୁ ଆଶ୍ରୟସ୍ଥଳୀ ରୂପେ ବ୍ୟବହାର କରାଯିବ ।
ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ । ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି । ଦେଢ ମିଟର ଉଚରେ ଜୁଆର ରହିବ । ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ । ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ପ୍ରଭାବ ଆଶଙ୍କା କରାଯାଉଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।
ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ୩ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ୧୮୫ କିଲୋମିଟର ବେଗରେ ପବନ ବହିପାରେ । ଆମେରିକୀୟ ସଂସ୍ଥା ଜେଟିଡବ୍ଲୁସି ରିପୋର୍ଟ ଆଧାରରେ ଏସଆରସି ସୂଚନା ଦେଇଛନ୍ତି ।
from News7 http://bit.ly/2URZHrk
No comments: