ରାଜମଣ୍ଡ୍ରି ୧|୫: ଓଡିଶାରୁ ମୁମ୍ବାଇ ଯାଉଥିବା ୧୭ ଜଣ ଯୁବତୀଙ୍କୁ ଆନ୍ଧ୍ର ପ୍ରଦେଶ ରାଜମଣ୍ଡ୍ରି ଷ୍ଟେସନରୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଓଡିଶା ମହିଳା ଆୟୋଗଙ୍କ ନିକଟକୁ ପଠାଇଦିଆଯାଇଛି । ଆଇସିଡିଏସ ଏବଂ ଆନ୍ଧ୍ରପ୍ରଦେଶ ମହିଳା କମିଶନର ତତ୍ତ୍ବାବଧାନରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଯୁବତୀଙ୍କୁ କୋଣାର୍କ ଏକ୍ସପ୍ରେସ ରୁ ଉଦ୍ଧାର କରିବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ପଠାଯାଇଛି ।
ସୂଚନା ଅନୁସାରେ, ଭୁବନେଶ୍ବରରୁ ମୁମ୍ବାଇ ଯାଉଥିବା ‘କୋଣାର୍କ ଏକ୍ସପ୍ରେସ୍’ରେ ଯାଉଥିବା ଜଣେ ଯାତ୍ରୀ ଚାଇଲ୍ଡ ଲାଇନ୍ କୁ ଫୋନ୍ କରି କହିଥିଲେ ଯେ, ୧୭ ଯୁବତୀ ମୁମ୍ବାଇ ଯାଉଛନ୍ତି । ଯୁବତୀ ଚାଲାଣ ହେଉଥିବା ସନ୍ଦେହ ହେଉଛି ବୋଲି ସଂପୃକ୍ତ ବ୍ୟକ୍ତି କହିଥିଲେ । ଏହାପରେ ଆନ୍ଧ୍ର ପ୍ରଦେଶ ମହିଳା କମିଶନ ଏବଂ ଆଇସିଡିଏସ୍ ଅଧିକାରୀ ସେଠାରେ ପହଞ୍ଚିଥିଲେ । ସାମଲାକୋଟା ରେଳ ଷ୍ଟେସନରେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ଏଥିରେ ସେ ଅସଫଳ ହୋଇଥିଲେ । ଫଳରେ ରାଜମଣ୍ଟ୍ରି ରେଲଓ୍ବେ ଷ୍ଟେସନରୁ ଉଦ୍ଧାର କରାଯାଇଥିଲା । ସେମାନେ ୨୭ତାରିଖରେ କୋଣାର୍କ ଏକ୍ସପ୍ରେସ ଯୋଗେ ଓଡିଶାରୁ ମୁମ୍ବାଇ ଯାଉଥିଲେ ।
ଚାଇଲ୍ଡ ଲାଇନ୍ ଠାରୁ ସୂଚନା ପାଇବା ପରେ ଆନ୍ଧ୍ର ପ୍ରଦେଶ ମହିଳା କମିଶନ ୧୭ଯୁବତୀଙ୍କୁ ଉଦ୍ଧାର କରି ଓଡିଶା ମହିଳା ଆୟୋଗଙ୍କୁ ନିକଟକୁ ପଠାଇଦେଇଛନ୍ତି ।
from News7 http://bit.ly/2ZKLY9A
No comments: