ସାମୁଦ୍ରିକ ଝଡ ‘ଫନି’ ପାଇଁ ଜାରିହେଲା ହେଲ୍‌ପ ଲାଇନ୍ ନମ୍ବର

ଭୁବନେଶ୍ବର ୧|୫: ଭୀଷଣ ସାମୁଦ୍ରିକ ଝଡ ‘ଫନି’ ପାଇଁ ହେଲ୍‌ପ ଲାଇନ୍ ନମ୍ବର ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ଖୋଲା ରହିବ କଣ୍ଟ୍ରୋଲ ରୁମ୍ । ହେଲ୍‌ପ ଲାଇନ୍ ନମ୍ବର ହେଲା ୧୦୭୦ । କୌଣସି ଅଞ୍ଚଳରେ ଅସୁବିଧା ଉପୁଜିଲେ ଏହି ନମ୍ବରରେ ଯୋଗାଯୋଗ କରିପାରିବେ ।

ଅତି ଭୀଷଣ ସାମୁଦ୍ରିକ ଝଡରେ ପରିଣତ ହେଲାଣି ‘ଫନି’ । ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି ‘ଫନି’ । ଏହା ବିଶାଖାପାଟଣାଠାରୁ ୪୩୦ କିଲୋମିଟର ଦୂରରେ ରହିଛି । ୩ତାରିଖରେ ପୁରୀର ଦକ୍ଷିଣରେ ଉପକୂଳ ଛୁଇଁବ । ଏହି ସମୟରେ ଘଣ୍ଟା ପ୍ରତି ୧୭୫-୧୮୦ କିଲୋମିଟର ବେଗରେ ପବନ ବହିବ । ଘଣ୍ଟାପ୍ରତି ୧୦କିଲୋମିଟର ବେଗରେ ଗତି କରୁଛି ଫନି । ଦେଢ ମିଟର ଉଚରେ ଜୁଆର ରହିବ । ୩ତାରିଖ ସନ୍ଧ୍ୟାରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ୍ କରିବ । ୨ରୁ ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ପ୍ରଭାବ ଆଶଙ୍କା କରାଯାଉଛି । ଦକ୍ଷିଣ ଓ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି । ପୁରୀ ବାଲୁଖଣ୍ଡରେ ଫନି ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ୩ତାରିଖ ଅପରାହ୍ନରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ୍ ବେଳେ ୧୮୫ କିଲୋମିଟର ବେଗରେ ପବନ ବହିପାରେ । ଆମେରିକୀୟ ସଂସ୍ଥା ଜେଟିଡବ୍ଲୁସି ରିପୋର୍ଟ ଆଧାରରେ ଏସଆରସି ସୂଚନା ଦେଇଛନ୍ତି ।



from News7 http://bit.ly/2J6BJqe
ସାମୁଦ୍ରିକ ଝଡ ‘ଫନି’ ପାଇଁ ଜାରିହେଲା ହେଲ୍‌ପ ଲାଇନ୍ ନମ୍ବର ସାମୁଦ୍ରିକ ଝଡ ‘ଫନି’ ପାଇଁ ଜାରିହେଲା ହେଲ୍‌ପ ଲାଇନ୍ ନମ୍ବର Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.