ଟ୍ରକ୍ ଟ୍ରକ୍ ରିଲିଫ୍ ସାମଗ୍ରୀ, ପଲିଥିନ୍ ଥିବା ସତ୍ବେ ପହଞ୍ଚିପାରୁନି ଲୋକଙ୍କ ପାଖରେ

ଭୁବନେଶ୍ବର ୭|୫: ଫୋନି ଯିବାର ୫ ଦିନ ହେଲାଣି । ରାଜଧାନୀ ପୁରା ଛାରଖାର । ବିଜୁଳି ନାହିଁ, ପାଣି ପାଇଁ ହାହାକାର ପରିସ୍ଥିତି । ହେଲେ ବିଏମସି ପୁରା ବେଫିକର। ରିଲିଫ୍ ଟ୍ରକ, ପାଣି ଭର୍ତ୍ତି ଟ୍ୟାଙ୍କର ଥୁଆ ହୋଇଛି, ହେଲେ ଲୋକଙ୍କ ପାଖକୁ ପଠାଇବାକୁ ନିର୍ଦ୍ଦେଶ ନାହିଁ ।

ରାଜଧାନୀର ଫୋନି ପୀଡିତଙ୍କୁ ରିଲିଫ୍ ମିଳିବ କେବେ ? ଫୋନି ଫେରିଯିବାର ୫ ଦିନ ହେଲାଣି । ହେଲେ ରାଜଧାନୀର କ୍ଷତିଗ୍ରସ୍ତଙ୍କୁ ମିଳିପାରିଲାନି ସହାୟତା । ମୁଣ୍ଡ ଗୁଞ୍ଜିବାକୁ ଥିବା ଚାଳ, ଟିଣ ଛପର ଘର ଉଡିଯାଇଥିବା ବେଳେ ଲୋକେ ଏବେ ବି ଖୋଲା ଆକାଶ ତଳେ । କେବଳ ବାତ୍ୟା ଦିନ ହିଁ ରନ୍ଧା ଖାଦ୍ୟ ମିଳିଥିଲା । ତାପରେ ଆଉ ନାହିଁ । ଭୋକର ଜ୍ବାଳାରେ ଛଟପଟ ହେଉଛନ୍ତି କ୍ଷତିଗ୍ରସ୍ତ ଲୋକେ । ସେପଟେ କିନ୍ତୁ ବିଏମ୍‌ସି ବାବୁମାନେ ବିନଦାସ ହୋଇ ବସିଛନ୍ତି । ଟ୍ରକ ଟ୍ରକ ରିଲିଫ ସାମଗ୍ରୀ, ପଲିଥିନ୍‌ ଥୁଆ ହୋଇଥିଲେ ବି ଲୋକଙ୍କ ପାଖରେ ପହଞ୍ଚାଇବାକୁ ସେମାନଙ୍କର ନିଘା ନାହିଁ । କାରଣ ଅଧିକାରୀମାନଙ୍କର କୁଆଡେ ନିର୍ଦ୍ଦେଶ ଆସିନାହିଁ ।

୫ ଦିନ ହେଲାନି ସ୍ଥିତି ସୁଧୁରିବାର ନାଁ ଗନ୍ଧ ନାହିଁ । ୨-୩ ଦିନ ଭିତରେ ବି ସ୍ବାଭାବିକତା ଫେରିବାର କୌଣସି ଆଭାସ ନାହିଁ । ଖୋଦ୍ ରାଜଧାନୀରେ ଯଦି ଅବସ୍ଥା ଏମିତି ତାହାଲେ ଗାଁ ଗଣ୍ଡା ଅବସ୍ଥା କଣ ହେଉଥିବ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ‘ଆମେ ପ୍ରସ୍ତୁତ, ଆମ ଟିମ୍ ସଜାଗ, ବୋଲି ବାତ୍ୟା ପୂର୍ବରୁ ଡାଇଲଗ୍ ମାରୁଥିବା ବିଏମସିର ବାବୁମାନେ ଏବେ କେବଳ କାଗଜ କଲମରେ ସମୀକ୍ଷା ଚଲେଇଛନ୍ତି । ବାସ୍ତବ ସ୍ଥିତି କିନ୍ତୁ ସଂପୂର୍ଣ୍ଣ ଭିନ୍ନ ।

ରିଲିଫ୍ ନପାଇ ଲୋକେ ତାତିଲେଣି ।ଏଭଳି ସ୍ଥିତି ଆଗକୁ ଲାଗି ରହିଲେ ଏହା ଭୟଙ୍କର ରୂପ ନେବ । ପ୍ରଶାସନକୁ ନିୟନ୍ତ୍ରଣ କରିବାକୁ ଯାହା କାଠିକର ପାଠ ହେବ ।



from News7 http://bit.ly/2H5XWU4
ଟ୍ରକ୍ ଟ୍ରକ୍ ରିଲିଫ୍ ସାମଗ୍ରୀ, ପଲିଥିନ୍ ଥିବା ସତ୍ବେ ପହଞ୍ଚିପାରୁନି ଲୋକଙ୍କ ପାଖରେ ଟ୍ରକ୍ ଟ୍ରକ୍ ରିଲିଫ୍ ସାମଗ୍ରୀ, ପଲିଥିନ୍ ଥିବା ସତ୍ବେ ପହଞ୍ଚିପାରୁନି ଲୋକଙ୍କ ପାଖରେ Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.