ଏବେ ବିନା ସେଟଟପ୍ ବକ୍ସରେ ଆମେ ଦେଖିପାରିବା ନିଜ ପସନ୍ଦର ଚ୍ୟାନେଲ୍ : ଜାଣନ୍ତୁ କିପରି

ନୂଆଦିଲ୍ଲୀ ୨୯/୫: ଆପଣମାନେ ଜାଣିଛନ୍ତି ଯେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଥିବା ନୂଆ ନୋଟିଫିକେସନ ଅନୁସାରେ ଜାନୁୟାରୀରୁ ଡିଟିଏଚ୍ ଏବଂ କେବଲ ସର୍ଭିସ୍ ମହଙ୍ଗା ହୋଇଯାଇଛି। ଏହା ସହିତ ଟ୍ରାଇର ନୂଆ ନିୟମ ମଧ୍ୟ ଡିସେମ୍ବର ମାସରୁ ଲାଗୁ ହୋଇଯାଇଛି। ଏଥିପାଇଁ ଫ୍ରି ଚ୍ୟାନେଲ୍ ପାଇଁ ଆପଣଙ୍କୁ ୧୩୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଗ୍ରାହକଙ୍କୁ ନିଜର ମନପସନ୍ଦର ଚ୍ୟାନେଲ୍ ପାଇଁ ଅତିରିକ୍ତ ପେମେଣ୍ଟ କରିବାକୁ ମଧ୍ୟ ପଡ଼ୁଛି।

ଏପରି ପରିସ୍ଥିତିରେ ଇଣ୍ଟରନେଟ୍ ଏକ ନୂଆ ବିକଳ୍ପ ହୋଇପାରିବ। ଏହା କମ୍ପାକ୍ଟ ସାଇଜ ସେଟ୍ ଟପ୍ ବକ୍ସ। ଯାହାକୁ ଆପଣ ପକେଟରେ ମଧ୍ୟ ନେଇପାରିବେ। ଏହାର ବିଶେଷତ୍ବ ହେଉଛି ଯେ ଏହାକୁ ଆମେ ଇଣ୍ଟରନେଟ୍ ସାହାଯ୍ୟରେ ମଧ୍ୟ ବ୍ୟବହାର କରି ପାରିବା। ଅର୍ଥାତ୍ ଇଣ୍ଟରନେଟ କନେକ୍ସନ ପରେ ଏହା ହାଇଟେକ୍ ବକ୍ସ ହୋଇଯାଇଥାଏ ଯାହା ଦ୍ବାରା ଆପଣ ସମସ୍ତ ଚ୍ୟାନେଲ୍ ଦେଖିପାରିବେ। ଏହାକୁ ଲ୍ୟାନ କେବଲ୍ କିମ୍ବା ଓ୍ବାଇଫାଇ ଦ୍ବାରା ମଧ୍ୟ କନେକ୍ଟ କରାଯାଇପାରିବ। ଅର୍ଥାତ୍ ଏଥିପାଇଁ ଛତା ଲଗାଇବା କିମ୍ବା ମାସିକ ରିଚାର୍ଜ କରିବାର ଆବଶ୍ୟକତା ନାହିଁ।

ଏହି ବକ୍ସ ଆକାରରେ ଛୋଟ ହୋଇଥାଏ। ଏହାକୁ ଲ୍ୟାନ କେବଲ କିମ୍ବା ଓ୍ବାଇଫାଇ କେବଲ ସାହାଯ୍ୟରେ କନେକ୍ଟ କରାଯାଇପାରିବ। ଇଣ୍ଟରନେଟ ସାହାଯ୍ୟରେ ଆସୁଥିବା ସମସ୍ତ ଚ୍ୟାନେଲ୍ ଏହି ବକ୍ସ ସାହାଯ୍ୟରେ ଦେଖାଯାଇପାରିବ। ଏହି ସେଟ ଟପ୍ ବକ୍ସର ମୂଲ୍ୟ ୧୫୦୦ଟଙ୍କାରୁ ଆରମ୍ଭ ହୋଇଥାଏ। ଏହାକୁ ଅନଲାଇନ ଏବଂ ଅଫଲାଇନ୍ ମାର୍କେଟରୁ କିଣାଯାଇପାରିବ।



from News7 http://bit.ly/2JKhVKA
ଏବେ ବିନା ସେଟଟପ୍ ବକ୍ସରେ ଆମେ ଦେଖିପାରିବା ନିଜ ପସନ୍ଦର ଚ୍ୟାନେଲ୍ : ଜାଣନ୍ତୁ କିପରି ଏବେ ବିନା ସେଟଟପ୍ ବକ୍ସରେ ଆମେ ଦେଖିପାରିବା ନିଜ ପସନ୍ଦର ଚ୍ୟାନେଲ୍ : ଜାଣନ୍ତୁ କିପରି Reviewed by SUBHENDU BARAL on May 29, 2019 Rating: 5

No comments:

Powered by Blogger.