କଟକ ୩୦|୪: କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ତଥା ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । କେହି ତାଙ୍କୁ ହ୍ବାଟସ ଆପ୍ ମେସେଜ୍ ମାଧ୍ୟମରେ ହତ୍ୟା କରିବାର ଧମକ ଦେଇଛି । ୧୦ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ତେବେ ଏନେଇ ପୁରୀଘାଟ ଥାନାରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଏତଲା ଦିଆଯାଇଛି । ଅନୁଭବଙ୍କ ଏତଲା ଆଧାରରେ ପୁରୀଘାଟ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମେସେଜ୍ କିଏ ଏବଂ କାହିଁକି ତାଙ୍କୁ ମେସେଜ୍ ପଠାଇଛି ତାହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ତେବେ ଗତ ୨୯ ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟରେ କେନ୍ଦ୍ରାପଡା ଲୋକସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଶେଷ ହୋଇଛି । ତେବେ କେନ୍ଦ୍ରାପଡା ଲୋକସଭା ଆସନରୁ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି ।
from News7 http://bit.ly/2vvgEhf
ଅଭିନେତା ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ, ମାମଲା ଦାୟର
Reviewed by SUBHENDU BARAL
on
April 30, 2019
Rating:
No comments: