ଲୁଚି ଲୁଚି ଫଟୋ ଉଠାଉଥିବାବେଳେ ପାକିସ୍ତାନୀ ଗୁପ୍ତଚର ଗିରଫ

ଚଣ୍ଡୀଗଡ଼ ୧/୩ : ଫେବୃଆରୀ ୧୪ ତାରିଖରେ ପୁଲବାମାରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି | ଏଭଳି ସ୍ଥିତିରେ ପଞ୍ଜାବ ଫିରୋଜପୁରରେ ଆଜି ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରାଯାଇଛି | ବିଏସଏଫ୍‌ ଗୁପ୍ତଚରଠାରୁ ଏକ ପାକିସ୍ତାନୀ ସିମ୍‌ ସହ ମୋବାଇଲ ଜବତ କରିଛି | ଗିରଫ ହୋଇଥିବା ଗୁପ୍ତଚର ପାକିସ୍ତାନର ୬ଟି ସନ୍ଦିଗ୍ଧ ହ୍ୱାଟ୍ସ ଆପ ଗ୍ରୁପର ସଦସ୍ୟ | ଗିରଫ ଗୁପ୍ତଚର ୨୧ ବର୍ଷ ବୟସ୍କ ମହମ୍ମଦ ଶାହରୁଖ | ଗୁପ୍ତଚର ଏକ ଚାଦର ଘୋଡାଇ ଫଟୋ ଉଠାଇବା ପାଇଁ ଚେଷ୍ଟା କରୁଥିଲା | ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ ଉତ୍ତର ପ୍ରଦେଶ ମୁରାଦାବାଦ ଅଂଚଳର | ତା ପାଖରୁ ପାକିସ୍ତାନର ୬ଟି ଫୋନ ମଧ୍ୟ ଜବତ ହୋଇଛି |

ସୂଚନାଯୋଗ୍ୟ ଯେ, ଜାନୁଆରୀ ମାସ ଶେଷ ସପ୍ତାହରେ ଗୁପ୍ତଚର ମାମଲାରେ ରାଜସ୍ଥାନ ପୋଲିସ ଦିଲ୍ଲୀରୁ ୨ଜଣଙ୍କୁ ଗିରଫ କରିଥିଲା | ୨ଜଣ ଅଭିଯୁକ୍ତ ଯବାନଙ୍କୁ ହନିଟ୍ରାପ ମାମଲାରେ ଫସାଉଥିଲେ ଏବଂ ସୂଚନା ସଂଗ୍ରହ କରି ପାକିସ୍ତାନକୁ ଦେଉଥିଲେ | ୧୫ ଦିନ ପୂର୍ବରୁ ଯୈସଲମେରରୁ ସେନାର ଜଣେ ସିପାହୀଙ୍କୁ ଗିରଫ କରାଯାଇଥିଲା | ସିପାହୀ ଜଣକ ପାକିସ୍ତାନୀ ଯୁବତୀକୁ ସୂଚନା ଦେଉଥିଲେ | ଯୁବତୀ ଜଣକ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା | ସିପାହୀ ଜଣକ ସେନାର ଗୋପନୀୟ ତଥ୍ୟ ଯୁବତୀକୁ ଦେଉଥିଲା |

ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିଲା ତିକ୍ତତା ଯୋଗୁଁ ଦେଶର ଅନେକ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଛି | ଦେଶର ନାମୀ ନେତା, ରେଳ ଲାଇନ, ପେଟ୍ରୋଲ ପମ୍ପ ଏବଂ ୱିଙ୍ଗ ସହିତ ଜଡିତ ଲୋକ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ବୋଲି ଆଲର୍ଟ ଜାରି କରାଯାଇଛି |

ଦିଲ୍ଲୀର ୨୯ଟି ମହତ୍ଵପୁର୍ଣ ସ୍ଥାନକୁ ଆତଙ୍କବାଦୀ ଟାର୍ଗେଟ କରିପାରନ୍ତି ବୋଲି କୁହାଯାଉଛି | ଏଥିରେ ଇଣ୍ଡିଆ ଗେଟ, ସେବା ସଦନ, ପ୍ରେସିଡେଣ୍ଟ ହାଉସ, ସଂସଦ ଭବନ, ସୁପ୍ରିମକୋର୍ଟ, ସରୋଜିନୀ ମାର୍କେଟ, ଚାନ୍ଦିନୀ ଚୌକ, ଲକ୍ଷ୍ମୀ ନାରାୟଣ ମନ୍ଦିର, ଲୋଟସ ଟେମ୍ପଲ, ଲାଲ କିଲ୍ଲା, ଦିଲ୍ଲୀ ମେଟ୍ରୋ ଷ୍ଟେସନ, ବିଶ୍ୱ ବିଦ୍ୟାଳୟ, ଏମ୍ସ ହସ୍ପିଟାଲ, ଡିଫେନ୍ସ କଲେଜ ଆଦି ସାମିଲ ଅଛି |



from News7 https://ift.tt/2BYjgYm
ଲୁଚି ଲୁଚି ଫଟୋ ଉଠାଉଥିବାବେଳେ ପାକିସ୍ତାନୀ ଗୁପ୍ତଚର ଗିରଫ ଲୁଚି ଲୁଚି ଫଟୋ ଉଠାଉଥିବାବେଳେ ପାକିସ୍ତାନୀ ଗୁପ୍ତଚର ଗିରଫ Reviewed by SUBHENDU BARAL on March 01, 2019 Rating: 5

No comments:

Powered by Blogger.