ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର Pradesh Pratyush

ପୁରୀ(ସଞ୍ଜୟ ପତିଙ୍କ): ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଦୁର୍ଦ୍ଦିନରେ କାଳ କାଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର ସ୍ୱାଧୀନତା ସଂଗ୍ରାମୀ ତଥା ଭୁବନେଶ୍ୱର-ବାଲିପାଟଣାର ପ୍ରଥମ ବିଧାୟକ କାହ୍ନୁଚରଣ ମଲ୍ଲିକଙ୍କ ପରିବାର।

କାହ୍ନୁଚରଣଙ୍କ ମଝିଆ ପୁଅ ସର୍ବେଶ୍ୱରଙ୍କ ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ। ପରିବାରକୁ ଆଜି ଯାଏ କୌଣସି ସରକାରୀ ସୁବିଧା ମଧ୍ୟ ମିଳି ନାହିଁ। ଭଙ୍ଗା ଦଦରା ଘର କାନ୍ଥ ପଡ଼ି ଯାଇଥିବାରୁ ଘର ଚାରିପଟେ ପଲିଥିନ ଟଣା ହୋଇଛି।

୨୦୧୨ରେ  କାହ୍ନୁଚରଣଙ୍କ ଦେହାନ୍ତ ପରେ ଦୁର୍ଦ୍ଦିନରେ ଚଳୁଛନ୍ତି ଏହି ପରିବାର। ପରିବାର କହିଲେ, ସର୍ବେଶ୍ୱରଙ୍କ ସ୍ତ୍ରୀ ନିଶାମଣି, ଦୁଇ ଝିଅ ଓ ଗୋଟିଏ ପୁଅ। ଦାନା ପାଇଁ ଦାଦନ ଖଟିବାକୁ ଯାଇଛି ପୁଅ। ଗୋଟିଏ ଝିଅ ପୋଲିଓ ଆକ୍ରାନ୍ତ ହୋଇଥିବାବେଳେ ଆଉ ଜଣେ ଝିଅ ଚର୍ମ ରୋଗରେ ଆକ୍ରାନ୍ତ।

ପେଟକୁ ଦାନା, ଦେହକୁ କନା ଯୋଗାଡ଼ କରିବାକୁ ଅକ୍ଷମ ତା ସହିତ ପୁଣି ରୋଗର ଦାଉ। ଭାଗ୍ୟ ଓ ଭଗବାନଙ୍କୁ ଭରସା କରି ବଞ୍ଚିଛନ୍ତି ଏମାନେ। ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଭାବେ ଏମାନଙ୍କୁ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ତେବେ ଏସବୁ କଥା ଜାଣିବା ପରେ ସରକାରୀ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାଶ।



from OTV Khabar https://ift.tt/2BXRxr4
ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର Pradesh Pratyush ଦୁର୍ଦ୍ଦିନରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର Pradesh Pratyush Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.