ଗାଁ ବିକାଶରେ ବାଟ ଓଗାଳିଛି ନଦୀ OTV KHABAR BUREAU

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା):  ଗାଁର ବିକାଶରେ ବାଟ ଓଗାଳିଛି ନଦୀ । ବ୍ରିଜ ନଥିବାରୁ ସବୁ ସୁବିଧାରୁ ବଞ୍ଚିତ ହେଉଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ବାସିନ୍ଦା। ସାଧାରଣ ସୁବିଧା ଟିକେ ପାଇଁ ମଧ୍ୟ ସେମାନଙ୍କୁ ୪୦ କିଲୋମିଟର ବୁଲିକି ଯିବାକୁ ପଡୁଛି । ବର୍ଷା ଦିନ କଥା ତ ନକହିବା ଭଲ । ନଦୀରେ ପାଣି ବଢ଼ିଲେ ସ୍କୁଲକୁ ନା ଶିକ୍ଷକ ଆସୁଛନ୍ତି ନା ପିଲା। ସମସ୍ୟା ସମ୍ପର୍କରେ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

କିଏ କାନ୍ଧରେ ସାଇକେଲ ଧରି ନଦୀ ପାରି ହେଉଛନ୍ତି ତ ଆଉ କିଏ ନାଳ ଉପର କାଠଗଣ୍ଡି ଦେଇ ଯାଆସ କରୁଛନ୍ତି । ଦିନେକି ଦୁଇ ଦିନର କଥା ନୁହେଁ । ବର୍ଷ ତମାମ କୁଟ୍ରାଧର ନଦୀ ଉପରେ ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିଥାନ୍ତି ରାୟଗଡ଼ା ଜିଲ୍ଲା ଗୁଡାରୀ ବ୍ଲକ ଅଞ୍ଚଳବାସୀ। ଦେହପା ଖରାପ ହେଲେ ଅବସ୍ଥା ଅସମ୍ଭାଳ। ସ୍ଥାନୀୟ ବାସିନ୍ଦା ରୋଗୀଙ୍କୁ ଏଇ ରାସ୍ତା ଦେଇ ଡାକ୍ତରଖାନା ନେଇଥାନ୍ତି ।

ବର୍ଷା ଦିନେ ସମସ୍ୟା ଆହୁରି ସାଂଘାତିକ ହୋଇଯାଏ। ନଦୀରେ ପାଣି ବଢିବା ଯୋଗୁଁ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଏ। ନଦୀ ଆରପଟେ ଥିବା ଚାକୁଣ୍ଡା ଓ ମେରାଣ୍ଡା ଗାଁ ଲୋକଙ୍କୁ ୪୦ କିଲୋମିଟର ଦୂର ବୁଲିକୁ ଯିବାକୁ ପଡ଼ିଥାଏ । ପୋଲଟିଏ ପାଇଁ ବାରମ୍ବାର ଦାବି କରିଆସୁଥିଲେ ପ୍ରଶାସନ ଶୁଣୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।



from OTV Khabar https://ift.tt/2EfES35
ଗାଁ ବିକାଶରେ ବାଟ ଓଗାଳିଛି ନଦୀ OTV KHABAR BUREAU ଗାଁ ବିକାଶରେ ବାଟ ଓଗାଳିଛି ନଦୀ OTV KHABAR BUREAU Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.