ନୂଆ ଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ଆମିକସ୍କ୍ୟୁରି ରଞ୍ଜିତ କୁମାର ଆଜି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି । ତେବେ ସବିଶେଷ ତଥ୍ୟ ଦେବାକୁ ସେ ଅଧତ୍କ ସମୟ ମାଗିଛନ୍ତି। ଜଷ୍ଟିସ୍ ଏ.କେ. ସିକ୍ରିଙ୍କ ଅନୁପସ୍ଥିତି ପାଇଁ ମାର୍ଚ୍ଚ ୫ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ ହୋଇଛି ।
ଗତ ୨୩ ତାରିଖରେ ନୂଆ ଆମିକସ୍କ୍ୟୁରି ରଣଜିତ୍ କୁମାର ପୁରୀରେ ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ପ୍ରସ୍ତାବର କାର୍ଯ୍ୟକାରିତା ନେଇ ଗଜପତି ମହାରାଜା, ମନ୍ଦିର ପରିଚାଳନା କମିଟି ଓ ଛତିଶାନିଯୋଗଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ । ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ସେ ଗୁରୁତ୍ୱ ଦେଇଥିଲେ।
from OTV Khabar https://ift.tt/2BU4ke7
ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ୍କ୍ୟୁରି OTV KHABAR BUREAU
Reviewed by SUBHENDU BARAL
on
February 27, 2019
Rating:
No comments: