ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା    OTV KHABAR BUREAU

ୱାଶିଂଟନ: ପାକିସ୍ତାନର ବାଲାକୋଟ୍‌ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।  ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି ଆମେରିକା । ନିଜ ମାଟିରେ ଥିବା ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛନ୍ତି ଆମେରିକାର ବିଦେଶ ସଚିବ ମାଇକ୍ ପୋମ୍ପିଓ ।

ଆମେରିକାର ବିଦେଶ ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଭାରତର ଆତଙ୍କବାଦ ବିରୋଧୀ ଅପରେସନ୍ ପରେ ବିଦେଶ ସଚିବ ପୋମ୍ପିଓ ଭାରତୀୟ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଚଳରେ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ଲାଗି ସେ ସୁଷମାଙ୍କୁ କହିଛନ୍ତି। ସେହିପରି ପାକିସ୍ତାନର ବିଦେଶ ମନ୍ତ୍ରୀଙ୍କ ସହ ମଧ୍ୟ ପୋମ୍ପିଓ କଥା ହୋଇଥିବା ବିବୃତିରେ ଦର୍ଶାଯାଇଛି।

ବର୍ତ୍ତମାନର ଉତ୍ତେଜନାମୂଳକ ସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ସାମରିକ ପଦକ୍ଷେପ ନ ନେବା ସହିତ ଉତ୍ତେଜନା ହ୍ରାସ କରିବାକୁ ପୋମ୍ପିଓ ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି । ତା ସହିତ ପାକିସ୍ତାନ ମାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ ଦେଇଛନ୍ତି । ଭବିଷ୍ୟତରେ କୌଣସି ସାମରିକ କାର୍ଯ୍ୟକଳାପ ଏଡାଇବା ଲାଗି ସିଧାସଳଖ ଯୋଗାଯୋଗ କରିବାକୁ ଦୁଇ ମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି ପୋମ୍ପିଓ  ।



from OTV Khabar https://ift.tt/2UeJgGo
ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା    OTV KHABAR BUREAU ପାକିସ୍ତାନକୁ କଡ଼ା ଚେତାବନୀ ଦେଲା ଆମେରିକା    OTV KHABAR BUREAU Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.