ପାକିସ୍ତାନ ବିମାନକୁ ଭାରତୀୟ ବାୟୁସେନା ଖସାଇଥିବା ସ୍ୱଷ୍ଟ କଲା ଏମଇଏ: ବିଦେଶ ସଚିବ କହିଲେ, ପଣ୍ଡ ହୋଇଛି ପାକିସ୍ତାନର ଅନୁପ୍ରବେଶ ଉଦ୍ୟମ Kanak News
କନକ ବ୍ୟୁରୋ: ଆକ୍ରମଣ ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ଏବଂ ବାୟୁସେନା ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରି ଆନୁଷ୍ଠନିକ ଭାବେ ପାକିସ୍ତାନର ବିମାନକୁ ମାରି ଖସାଯାଇଥିବା ନେଇ ସ୍ପଷ୍ଟ କରିଛି । ବିଦେଶ ସଚିବ କହିଛନ୍ତି, ନିୟନ୍ତ୍ରୟ ସୀମା ରେଖା ଅତିକ୍ରମ କରି ଆଜି ପାକସ୍ତାନର ଏକ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଭିତରକୁ ଚାଲିଆସିଥିଲା । ଜମ୍ମୁକଶ୍ମୀର ରଜୌରୀ ଜିଲ୍ଳାର ନୌସେରା ସେକ୍ଟର ଭିତରକୁ ପାକିସ୍ତାନ ଯୁଦ୍ଧ ବିମାନ ପଶି ଆସିଥିଲା । ତେବେ ଭାରତୀୟ ବାୟୁସେନାର କଡା ଜବାବରେ ପାକର ଲଡାକୁ ବିମାନଟି ସଂପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇ ତଳେ ପଡିଯାଇଥିଲା । ତେବେ ଏହି ଅପରେସନ ବେଳେ ଆମର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଆମର ଜଣେ ପାଇଲଟ ଏବେ ନିଖୋଜ ଅଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ କହିଛି । ପାକିସ୍ତାନ ଦାବି କରୁଛି କି, ଜଣେ ଭାରତୀୟ ପାଇଲଟ ସେମାନଙ୍କ କବଜା ଅଛନ୍ତି । ତେବେ ପାକିସ୍ତାନର ଦାବି କେତେ ଦୂର ସତ , ତାହା ନେଇ ଏବେ ଯାଂଚ କରାଯାଉଛି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖ ଥାଉ କି, ପାକିସ୍ତାନ ଟୁଇଟ୍ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର୍ (ସର୍ଭିସ ନମ୍ବର ୨୭୯୮୧) ଅଭିନନ୍ଦନଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୁଳି ମାରି ଖସାଇଥିବା ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି। ପାକିସ୍ତାନ ସଶସ୍ତ୍ର ବାହିନୀର ମୁଖପାତ୍ର ମେଜର ଜେନେରାଲ୍ ଅସିଫ୍ ଗଫୁର୍ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଭିଡିଓ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଫୁର୍ କହିଛନ୍ତି କି ଭାରତୀୟ ବାୟୁସେନା କରିଥିବା ଏୟାର୍ ଷ୍ଟ୍ରାଇକ୍ର ଜବାବ ଦେବା ପାଇଁ ପାକିସ୍ତାନ ପାଖରେ ଅନ୍ୟ କୌଣସି ବାଟ ନ ଥିଲା।
ସେପଟେ, ପାକିସ୍ତାନର ଏହି ଦାବିକୁ ଖଣ୍ଡନ କରିଛି ଭାରତ । ଭାରତ କହିଛି ମିଛ କହୁଛି ପାକିସ୍ତାନ । ୨୦୧୪ ମସିହାରେ ହୋଇଥିବା ବିମାନ କ୍ରାସର ଭିଡିଓକୁ ଦେଖାଉଛି ପାକିସ୍ତାନ । ତେବେ ପାକିସ୍ତାନର ଏଫ-୧୬ ବିମାନକୁ ପାକିସ୍ତାନ ସୀମା ଭିତରେ ଖସାଇ ଦେଇଥିବା ଦାବି କରିଛି । ଏହା ସହିତ କାଗଜପତ୍ର ଜବତ କରାଯାଇଛି ବୋଲି କହିଛି ଭାରତ ।
from Kanak News https://ift.tt/2T2UO2F https://ift.tt/2VurDTd
No comments: