ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ; ବୈଠକ ପୂର୍ବରୁ ୩ସେନା ଅଧିକାରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ମନ୍ତ୍ରଣା

ନୂଆଦିଲ୍ଲୀ ୨୮|୨: ଆଜି ବସୁଛି କେନ୍ଦ୍ର କ୍ୟାବିନେଟର ଜରୁରୀ ବୈଠକ । ସଂଧ୍ୟା ସାଢେ ୬ଟାରେ କେନ୍ଦ୍ର କ୍ୟାବିନେଟର ଜରୁରୀ ବୈଠକ ବସିବ । ଏହି ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିବ ବୋଲି ସୂଚନା ମିଳିଛି । ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ବୈଠକ ବସିବ ବୋଲି କୁହାଯାଉଛି ।

ତେବେ କ୍ୟାବିନେଟ୍ ବୈଠକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଛି । ବୈଠକରେ ତିନି ସେନାର ମୁଖ୍ୟ ଉପସ୍ଥିତ ଅଛନ୍ତି । ଏହି ବୈଠକରେ ତିନି ସେନାର ମୁଖ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବର୍ତ୍ତମାନ ସ୍ଥିତି ସଂପର୍କରେ ସୂଚନା ଦେଉଛନ୍ତି । ଏହି ବୈଠକରେ ଯେଉଁ ସୂଚନା ମିଳିଥିବ ତାହାକୁ ସଂଧ୍ୟାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଉପସ୍ଥାପନ କରାଯିବ ।

ଏ ଭିତରେ ଆଜି ପୁଣି ପାକିସ୍ତାନ ଅସ୍ତ୍ର ବିରତି ଉଲଂଘନ କରିଛି । ସକାଳ ୬ଟାରୁ ପାକିସ୍ତାନ ପଟୁ ପୁଞ୍ଚରେ ଗୁଳିମାଡ ଜାରି ରହିଥିଲା । ସୂଚନା ଅନୁସାରେ ପୁଞ୍ଚ କୃଷ୍ଣା ଘାଟି ସେକ୍ଟରରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପାକିସ୍ତାନ ପଟରୁ ପ୍ରାୟ ଏକ ଘଣ୍ଟା ଧରି ଭାରତୀୟ ଚୌକିରେ ଗୁଳିମାଡ ହୋଇଥିଲା । ଭାରତ ମଧ୍ୟ ପାଲଟା ଜବାବ ଦେଇ ଗୁଳିମାଡ କରିଥିଲା । ଗୁଳିବିନିମୟକୁ ଦୃଷ୍ଟିରେ ରଖି ଏଲଓସିଠାରୁ ୫କିମି ଦୂର ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିଦିଆଯାଇଛି । ରାଜୌରୀ, ପୁଞ୍ଚ, ଶାମ୍ବା ସେକ୍ଟର ନିକଟରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି ।



from News7 https://ift.tt/2T4gBXP
ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ; ବୈଠକ ପୂର୍ବରୁ ୩ସେନା ଅଧିକାରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ମନ୍ତ୍ରଣା ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକ ; ବୈଠକ ପୂର୍ବରୁ ୩ସେନା ଅଧିକାରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜରୁରୀ ମନ୍ତ୍ରଣା Reviewed by SUBHENDU BARAL on February 28, 2019 Rating: 5

No comments:

Powered by Blogger.