ଇମରାନ୍ ଖାନ୍ କହିଲେ,‘‘ ପୁଲଓ୍ବାମା ଯାଞ୍ଚ ପାଇଁ ପ୍ରସ୍ତୁତ , ସମାଧାନର ବାଟ ଯୁଦ୍ଧ ନୁହେଁ”

ନୂଆଦିଲ୍ଲୀ ୨୭/୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଆରମ୍ଭ ହୋଇଥିଲା ଯେବେ ଭାରତୀୟ ବାୟୁ ସେନା ପାକିସ୍ତାନରେ ପଶି ଜୈଶର ଆତଙ୍କବାଦୀ କ୍ୟାମ୍ପକୁ ଧ୍ବଂସ କରିଥିଲେ ଏବଂ ପାଖାପାଖି ୩୦୦ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ।

କିନ୍ତୁ ଏହା ପରେ ପାକିସ୍ତାନ ଏଲ୍ଓସିରେ ଭାରତୀୟ ସୀମା ଆଡ଼କୁ ଗୁଳି ବର୍ଷଣ କରିଥିଲା। ଭାରତ ଏହାର କଡା ଜବାବ ଦେଇଥିଲା । ଆଜି ଉଭୟ ପକ୍ଷର ବାୟୁ ସେନା ମୁହାଁମୁହିଁ ହୋଇଛନ୍ତି । ପାକିସ୍ତାନର ଏକ ବିମାନକୁ ଭାରତ ଖସାଇଥିବା ଦାବି କରୁଥିବା ବେଳେ ପାକିସ୍ତାନ ମଧ୍ୟ ଭାରତର ଦୁଇଟି ବିମାନ ଖସାଇବା ସହ ଜଣେ ପାଇଲଟଙ୍କୁ ବଂଧକ ରଖିଥିବା ଦାବି କରିଛି ।

ଏହାପରେ ପୁଣିଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଭାରତ ସହିତ କଥାବାର୍ତ୍ତା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଆମେ ପୁଲଓ୍ବାମା ପ୍ରସଙ୍ଗରେ କଥାବାର୍ତ୍ତା କରିବା ପାଇଁ ପ୍ରସ୍ତୁତ ଅଛୁ। ସେ କହିଛନ୍ତି ଆମେ ଆଗରୁ ମଧ୍ୟ କହିଥିଲୁ ଏବଂ ଏବେ ବି କହୁଛୁ ଆମକୁ ପ୍ରମାଣ ଦିଅନ୍ତୁ ଆମେ ଏଥିରେ କାର୍ଯ୍ୟାନୁଷ୍ଠାନ କରିବୁ। ଯୁଦ୍ଧ ସବୁ ସମାଧାନର ବାଟ ନୁହେଁ। ଯଦି ଯୁଦ୍ଧ ହେଲା ତେବେ ଏଥିରେ କାହାର କାବୁ ରହିବ ନାହିଁ।



from News7 https://ift.tt/2EhMiTq
ଇମରାନ୍ ଖାନ୍ କହିଲେ,‘‘ ପୁଲଓ୍ବାମା ଯାଞ୍ଚ ପାଇଁ ପ୍ରସ୍ତୁତ , ସମାଧାନର ବାଟ ଯୁଦ୍ଧ ନୁହେଁ” ଇମରାନ୍ ଖାନ୍ କହିଲେ,‘‘ ପୁଲଓ୍ବାମା ଯାଞ୍ଚ ପାଇଁ ପ୍ରସ୍ତୁତ , ସମାଧାନର ବାଟ ଯୁଦ୍ଧ ନୁହେଁ” Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.