ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଆଜି ତୃତୀୟ ଦିନ।
ତୃତୀୟ ଦିନରେ ସ୍ୱାସ୍ଥ୍ୟସେବା, ବୟନ ଶିଳ୍ପ ଓ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରି, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, କେମିକାଲ୍ ଓ ପେଟ୍ରୋ କେମିକାଲ୍, ଷ୍ଟାର୍ଟ ଅପ୍ ଓ କୃଷି ଉଦ୍ୟୋଗ ଭଳି କ୍ଷେତ୍ରରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।
ଏହିସବୁ ସେକ୍ଟରରେ ପୁଞ୍ଜି ନିବେଶ ପାଇଁ ଓଡ଼ିଶାର ଭିତ୍ତିଭୂମି ସଂପର୍କରେ ସୂଚନା ଦିଆଯିବ। ଏହା ଛଡ଼ା ରାଜ୍ୟରେ ସ୍ୱାସ୍ଥ୍ୟସେବା, କ୍ଷୁଦ୍ର ଶିଳ୍ପ, ବୟନ ଶିଳ୍ପ ଓ ଗାର୍ମେଣ୍ଟ ଇଣ୍ଡଷ୍ଟ୍ରିରେ ପୁଞ୍ଜି ନିବେଶ ସୁବିଧା ସଂପର୍କରେ ଜଣାଯିବ।
ରାଜ୍ୟ ସରକାର କେତେକ କ୍ଷେତ୍ରରେ ସିଙ୍ଗଲ୍ ଉଇଣ୍ଡୋ ବ୍ୟବସ୍ଥା କରିଥିବାରୁ, ପୁଞ୍ଜି ନିବେଶ ପାଇଁ ଆହ୍ୱାନ ଦିଆଯିବ ବୋଲି କୁହାଯାଇଛି।
from OTV Khabar https://ift.tt/2K1h7xS
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଆଜି ତୃତୀୟ ଦିନ Rosalin Rath
Reviewed by SUBHENDU BARAL
on
November 13, 2018
Rating:
No comments: