ମାହାଙ୍ଗା : ତରବରିଅା ଭାବେ ଭଗବାନ ବୁଦ୍ଧଙ୍କ ନକଲି ଅସ୍ଥିଖଣ୍ଡ ରଖି ମ୍ୟୁଜିୟମ ଉଦ୍ଘାଟନ ନିଷ୍ପତ୍ତିକୁ ବୁଦ୍ଧାୟନ ଓଡିଶା ପକ୍ଷରୁ ବିରୋଧ। ଏନେଇ ବୁଦ୍ଧାୟନର ଶତାଧିକ କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଲଳିତଗିରି ବୌଦ୍ଧବିହାରର ଏଏସ୍ଅାଇ ଗେଟ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଟକ ଜିଲ୍ଲା ମାହାଙ୍ଗାର ପ୍ରସିଦ୍ଧ ବୌଦ୍ଧପୀଠ ଲଳିତଗିରି ଠାରେ କେନ୍ଦ୍ରସରକାରଙ୍କ ପକ୍ଷରୁ ଏକ ବୁଲେଟ୍ ପ୍ରୁଫ୍ ମ୍ୟୁଜିୟମ ଉଦ୍ଘାଟନ କରାଯିବାକୁ ନିଷ୍ପତ୍ତି ହୋଇଛି। ୧୯୮୨ ମସିହା ଖନନରୁ ଏହି ପୀଠରୁ ହିଁ ଭଗବାନ ବୁଦ୍ଧଙ୍କ ଅସ୍ଥିଖଣ୍ଡ ଅାବିଷ୍କୃତ ହୋଇଥିଲା।
ତେବେ ଏହାର ସୁରକ୍ଷା ଦୃଷ୍ଟିରୁ ଏଠାରେ ଏକ ବୁଲେଟ୍ ପ୍ରୁଫ୍ ମ୍ୟୁଜିୟମ୍ ତିଅାରି ହେବା ଯାଏ ଭୁବନେଶ୍ୱର ଏଏସ୍ଅାଇ ଷ୍ଟ୍ରଙ୍ଗ୍ ରୁମ୍ରେ ଅସ୍ଥିଖଣ୍ଡ ରଖାଯିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏବେ ପ୍ରକୃତ ଅସ୍ଥିଖଣ୍ଡ ନଅାଣି ଏହାର ରେପ୍ଲିକାକୁ ପ୍ରତିଷ୍ଠା କରାଯିବାକୁ ନେଇ ଏହି ବିରୋଧ ପ୍ରଦର୍ଶନ କରିଛି ସଂଗଠନ। ତେବେ ଯଦି ସରକାର ଏ ଦିଗରେ ଦୃଷ୍ଟି ନଦିଅନ୍ତି, ତେବେ ବୁଦ୍ଧାୟନ ଓଡିଶା ଜନଅାନ୍ଦୋଳନ ତୀବ୍ର କରିବ ବୋଲି ଚେତାବନୀ ଦେଇଛି ।
from OTV Khabar https://ift.tt/2qGlHsP
No comments: