କଟକ : କଟକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କୁଶପୁତ୍ତଳିକା ଦାହ। ଯୁବ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି ଯେ, ମନ୍ତ୍ରୀଙ୍କ କ୍ଷମତା ବଳରେ ବଳିୟାନ ହୋଇ ବଦ୍ରିଙ୍କ ପୁଅ ବିରୋଧୀ ଦଳର କର୍ମୀଙ୍କ ଉପରେ ଅାକ୍ରମଣ କରୁଛନ୍ତି। ସାଧାରଣରେ ଅାତଙ୍କ ସୃଷ୍ଟି କରୁଛନ୍ତି।
ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଗୁଣ୍ଡାରାଜ ଚଳାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ମନ୍ତ୍ରୀଙ୍କ ପୁଅଙ୍କ ନାଁରେ FIR ଦିଅାଯାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଅାଯାଉ ନଥିବା ଅଭିଯୋଗ କରିଛି କଟକ ନଗର ଯୁବ କଂଗ୍ରେସ।
ନୈତିକତା ଦୃଷ୍ଟିରୁ ବଦ୍ରି ନାରାୟଣ ପାତ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଅଭିଯୋଗ କରିଛି କଟକ ନଗର ଯୁବ କଂଗ୍ରେସ।
from OTV Khabar https://ift.tt/2FlFBmX
ମନ୍ତ୍ରୀଙ୍କ ପୁଅ ଗୁଣ୍ଡାରାଜ ଚଳାଉଥିବା ଅଭିଯୋଗ Pradesh Pratyush
Reviewed by SUBHENDU BARAL
on
November 12, 2018
Rating:
No comments: