ବୀର ସୁରେନ୍ଦ୍ର ସାଏ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର : ମିଳିଲା କ୍ୟାବିନେଟ୍ ମଞ୍ଚୁରୀ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ Kanak News
କନକ ବ୍ୟୁରୋ : ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର । ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିିଳିଛି । ଝାରସୁଗୁଡ଼ା ବିମାନ ବନ୍ଦର ଏବେ ସୁରେନ୍ଦ୍ର ସାଏ ବିମାନ ବନ୍ଦର ନାମରେ ଜଣାଯିବ । ଏନେଇ ଆଜି କ୍ୟାବିନେଟ୍ ମଞ୍ଚୁରୀ ମିଳିଯାଇଛି । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜୁଏଲ ଓରାମ୍ ।
I thank Hon PM Shri @narendramodi Ji for giving approval on the renaming of newly built #JharsugudaAirports as Veer Surendra Sai Airport. It’s now named after well-known freedom fighter & Son of Soil.#Odisha extends heartfelt gratitude to Shri #NarendraModi Ji.@PMOIndia pic.twitter.com/d9OCdPtZJk
— Jual Oram (@jualoram) November 1, 2018
ସୂଚନାଯୋଗ୍ୟ ଅକ୍ଟୋବାର ୩୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଥିଲେ । ଝାରସୁଗୁଡ଼ା ବିମାନବନ୍ଦର ସମ୍ପର୍କରେ ମୋଦିଙ୍କୁ ଚିଠି ଲେଖିଥିଲେ ନବୀନ୍ । ଝାରସୁଗୁଡ଼ା ବିମାନବନ୍ଦର ସ୍ୱାଧୀନତା ସଂଗ୍ରାମୀ ତଥା ମାଟିର ସନ୍ତାନ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ନାମିତ ହେବା ନେଇ ଘୋଷଣା ହୋଇଥିଲେ ହେଁ କାର୍ଯ୍ୟକାରୀ ହୋଇପାରିନଥିଲା ।
କିନ୍ତୁ ଏଠାରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ବିମାନ ଚଳାଚଳ ସ୍ୱାଭାବିକ କରିବାକୁ ଝାରସୁଗୁଡା ବିମାନ ବନ୍ଦରରେ ନିୟମିତ ବିମାନ ଉଡାଣ କରିବାକୁ ଅନୁରୋଧ କରିଥିଲେ ନବୀନ । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ ବୋଲି ମୋଦିଙ୍କୁ ଅବଗତ କରାଇଥିଲେ । ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଥିଲେ ।
ସେପ୍ଟମ୍ବର ୨୨ରେ ଉଦଘାଟିତ ହୋଇଥିଲା ଝାରସୁଗୁଡ଼ା ବିମାନବନ୍ଦର । ଓଡ଼ିଶାର ଦ୍ୱିତୀୟ ବିମାନବନ୍ଦରକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ସେହି ସମୟରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ କାର୍ଯ୍ୟକାରୀ ହେବାକୁ ଅନେକ ଦିନ ଲାଗିଯାଇଥିଲା ।
from Kanak News https://ift.tt/2yIXoyW https://ift.tt/2QbsTs3
No comments: