ଭୁବନେଶ୍ୱର ୧୨/୧୧ : ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନ ଓ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଅନୁମୋଦନ ଓ ଅଖିଳ ଭାରତ ମହିଳା କଂଗ୍ରେସ କମିଟିର ସମ୍ପାଦିକା ତଥା ଓଡିଶା ମହିଳା କଂଗ୍ରେସ ପ୍ରଭାରୀ ସନ୍ଧ୍ୟା ସାୱଲେଖା ରାଜ୍ୟ ମହିଳା କଂଗ୍ରେସ କମିଟି ଘୋଷଣା କରିଛନ୍ତି | ଏହି କମିଟିରେ ୨ଜଣ କର୍ମଚାରୀ ସଭାପତି, କୋଷାଧ୍ୟକ୍ଷଙ୍କ ସମେତ ୧୫ ଜଣ ଉପ-ସଭାପତି, ୩୧ଜଣ ସାଧାରଣ ସମ୍ପାଦିକା, ୧୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ ୧୪ ଜଣ ସ୍ଥାୟୀ ସ୍ୱତନ୍ତ୍ର ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି |
ନୂତନ କରି ଘୋଷିତ ରାଜ୍ୟ ମହିଳା କଂଗ୍ରେସ କମିଟିର ସମସଦତ ସଭ୍ୟା ଓ କର୍ମକର୍ତ୍ତାମାନଙ୍କୁ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର କଂଗ୍ରେସ ଭବନରେ ସ୍ୱାଗତ କରିବା ସହ ଜରୁରୀ ବୈଠକ ଡକାଯାଇଛି | ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଭାବେ ଅଜୟନ୍ତୀ ପ୍ରଧାନ, ବନ୍ଦିତା ପରିଡା ରହିଥିବାବେଳେ କୋଷାଧ୍ୟକ୍ଷ ଭାବେ ପ୍ରତିମା କର ନିଯୁକ୍ତି ପାଇଛନ୍ତି | ସେହିଭଳି ଉପ-ସଭାପତି ଭାବେ ରତ୍ନମଣି ଉଲ୍ଲକର, ପ୍ରଣତି ମିଶ୍ର, ମନଯା ମଞ୍ଜରୀ ଦେବୀ, ସ୍ୱାଧୀନବାଳା ଦାସ, ପ୍ରଭାତୀ ମିଶ୍ର, ସୁକାନ୍ତି ଦାସ, ରଂଜିତା ଯୋଶୀ, ଶିବଶରୀ ପଣ୍ଡା ଆଦି ରହିଛନ୍ତି |
ସମ୍ପାଦିକା ଭାବେ ବିଜୟିନୀ ତିରିଆ, ନିରୁପମା ପାତ୍ର, ସନ୍ଧ୍ୟାରାଣୀ ଦାସ ସାମନ୍ତ, ସୁନିତା ବାଗ, ବିନୀତ ନାୟକ, ନିଲାମ ଗୁପ୍ତା, ମାଧବୀ ସେନାପତି, ରୀନା ମେହେର, ରେଖା ହୋତା ମନୋନୀତ ହୋଇଛନ୍ତି |
ସେହିଭଳି କାର୍ଯ୍ୟକାରୀ ସଦସ୍ୟା ଭାବେ ସଂଯୁକ୍ତ ମହାନ୍ତି, ବାସନ୍ତୀ ପ୍ରଧାନ, ଉର୍ବଶୀ ମିଶ୍ର, ପ୍ରଭା ପଟେଲ, ମଞ୍ଜୁ ମହାନ୍ତି, ସୁଶୀଲ ତିରିଆ, ସୁରେଖା ମଲ୍ଲିକ, ମମତା ସାହୁ, ରୁବି କାନୁନଗୋ, ସନ୍ଧ୍ୟା ମହାପାତ୍ର, କିରଣ ପଣ୍ଡା, ଇନ୍ଦିରା ମିତ୍ର ପ୍ରମୁଖ ରହିଛନ୍ତି |
from News7 https://ift.tt/2FfLqCt
No comments: